ଜାନୁଆରୀ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି ଏବଂ ଗଣତି ମଣତି କାମ

ଭୁବନେଶ୍ୱର (ରାଜ୍ୟ କାହାଣୀ) ଆଇନମନ୍ତ୍ରୀ ପୃଥ୍ୱରାଜ୍‌ ହରିଚନ୍ଦନଙ୍କ ବଡ଼ ବୟାନ। ଜାନୁଆରୀ ମାସ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି ଏବଂ ଗଣତି ମଣତି କାମ ।  ଏନେଇ ASI ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଯଥାଶୀଘ୍ର ଏହି କାମ ସାରିବାକୁ ଆମେ ଟାର୍ଗେଟ ରଖିଛୁ। ସେହିପରି ମେଘନାଦ ପାଚେରୀ କାମ ଚାଲିଛି। ଶୁଖିଲା ପରେ ମରାମତି କାର୍ଯ୍ୟ ଆହୁରି ଆଗକୁ ଆଗେଇବ। ଆସନ୍ତା ବୁଧବାର ଏନେଇ ଏକ ବୈଠକ ବସିବାକୁ ଯାଉଛି।ସୂଚନାଯୋଗ୍ୟ, ରତ୍ନଭଣ୍ଡାର ଗଣତିମଣତି ପାଇଁ ଏସଓପି ପ୍ରସ୍ତୁତ ସରିଥିଲା। ଏଏସଆଇ ମରାମତି କରି ସାର୍ଟିଫିକେଟ୍ ଦେବା ପରେ ଗଣତିମଣତି ହେବ। ମରାମତି ଏମିତି ହେବା ଦରକାର, ଯେମିତି ୧୦୦ ବର୍ଷ ପାଇଁ ଆବଶ୍ୟକ ପଡ଼ିବନି। ମରାମତିରେ ବ୍ରେକର ଲାଗି ପାରିବନି, ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଏସଓପି ଗୋପନୀୟ। ଏଣୁ ଏହାକୁ ପ୍ରକାଶ କରାଯାଇ ପାରିବ ନାହିଁ। ଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି କୁହାଯାଇଥିଲା।

Leave A Reply

Your email address will not be published.

two × five =