ଚାଷୀ ପ୍ରଥମ ଥର ପାଇବେ କ୍ବିଣ୍ଟାଲ ପିଛା ୮ଶହ ଇନପୁଟ ସହାୟତା

 ଭୁବନେଶ୍ୱର(ରାଜ୍ୟକାହାଣୀ)ଆସନ୍ତା ୨୦ତାରିଖରୁ ବରଗଡ଼ରେ ଏବଂ ୨୨ତାରିଖରୁ ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ହେବ। ଏନେଇ ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତି, ଧାନ କିଣା ପ୍ରକ୍ରିୟା ଯେପରି ସୁରୁଖୁରୁରେ ହେବ ସେନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମନ୍ତ୍ରୀ ଓ ସଚିବସ୍ତରୀୟ ସମୀକ୍ଷା କରିଛନ୍ତି। ଅନ୍ୟ ଜିଲ୍ଲାରେ ଜିଲ୍ଲାପାଳମାନେ ଧାନ ସଂଗ୍ରହ ପାଇଁ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିବେ। ଚଲିତବର୍ଷ ରାଜ୍ୟରେ ୨୦୦ ବୃହତ ମଣ୍ଡି ପ୍ରତିଷ୍ଠା ହେବ ।  ସେହି ମଣ୍ଡିଗୁଡିକରେ ୪ ହଜାର ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କ୍ଷମତା ରହିବ ।

ଏହି ବୃହତ ମଣ୍ଡିଗୁଡିକୁ ଅଟୋମେଟିକ ଗ୍ରେନ ଆନାଲାଇଜର ମେସିନ ପ୍ରଦାନ ହୋଇସାରିଛି ।  ଏହା ସହ ଆର୍ଦ୍ରତା ପରୀକ୍ଷଣ ମେସିନ ବ୍ୟବସ୍ଥା କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି। ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ଟଙ୍କା ଅଧିକ ଦିଆଯାଉଥିବାରୁ ଏହାକୁ ଯେପରି ସମସ୍ତ ଚାଷୀଙ୍କୁ ମିଳିବ ତାହା ନିଶ୍ଚିତ କରିବାକୁ କୁହାଯାଇଛି। ଡିସେମ୍ବର ୭ତାରିଖ ସୁଦ୍ଧା ଯେଉଁ ଚାଷୀମାନେ ମଣ୍ଡିରେ ଧାନ ଦେଇଥିବେ ସେମାନଙ୍କୁ ୮ତାରିଖରେ ସୋହେଲାରେ ହେବାକୁ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୁଇଣ୍ଟାଲ ପିଛା ୮୦୦ଟଙ୍କା ଦେବେ ବୋଲି କୁହାଯାଇଛି।

Leave A Reply

Your email address will not be published.

1 × four =