ବାବା କେଟିଏମ୍‌ ବାଇକ୍‌ରେ ଝିଅ ଧରି ବୁଲନ୍ତି ଓ..

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜଧାନୀର ବୈକୁଣ୍ଠଧାମ ବାବା ‘କଳକୀ ମାଧବ’ଙ୍କ ପିଛା ଛାଡ଼ୁନି ବିବାଦ। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁସାରେ ବାବା କୁଆଡ଼େ କେଟିଏମ୍‌ ବାଇକ୍‌ରେ ଗର୍ଲଫ୍ରେଣ୍ଡକୁ ଧରି ବୁଲନ୍ତି। କାଫେ ଓ କ୍ଲବ୍‌ ଯାଆନ୍ତା। ଏପରି ଅଭିଯୋଗ ଆଣିଛନ୍ତି ବୈକୁଣ୍ଠଧାମ ଆଶ୍ରମ ଆସିଥିବା ଜଣେ ଭକ୍ତ କହିଛନ୍ତି। ସେ କୁଆଡେ ନିଜ ଆଖିରେ ଏ ସବୁ ଦେଖିଛନ୍ତି।ଏକାଧିକ ଯୁବତୀଙ୍କ ସହ ଥିଲେ। ଏପରିକି ଆଶ୍ରମ ଭିତରେ ପଶିବା ପରେ ବାବାଙ୍କ ଦେହରେ ତୁଳସୀ ଲାଗିଥିବା ଦେଖିବାକୁ ମିଳିଛି । ବାବାଙ୍କ ଗୋଡ଼ରେ ,ମୁଣ୍ଡରେ ତୁଳସୀ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । କୁଳଥିଆ ଅଞ୍ଚଳରେ ରହୁଥିବା ଇଞ୍ଜିନିୟରିଂ ଛାତ୍ରୀ ତନଭି କହିଛନ୍ତି, ଘରୋଇ ସମସ୍ୟା ନେଇ ଦୁଇ ମାସ ତଳେ ବାପା-ମାଆଙ୍କ ସହିତ ଆଶ୍ରମ ଆସିଥିଲେ। ସେତେବେଳେ ସେ ବାବାଙ୍କୁ ଅତି ପାଖରୁ ଦେଖିବାକୁ ପାଇଥିଲେ। ବାବାଙ୍କ ବୟସ ୧୮ରୁ ୧୯ ବର୍ଷ ହେବ। ବେକରେ ଫୁଲ ମାଳ ଓ ଧୋତି ପିନ୍ଧି ବସିଥିଲେ। ଆଉ ଲୋକଙ୍କ ସମସ୍ୟା ଶୁଣୁଥିଲେ। ଆଉ ତାଙ୍କ ପାଖରେ କିଛି ଲୋକ ବସି ଭଜନ କୀର୍ତ୍ତନ କରୁଥିବା ଦେଖିବାକୁ ପାଇଥିଲି ବୋଲି ଯୁବତୀ ଜଣକ କହିଛନ୍ତି।ସେପଟେ ଏନେଇ ଆଶ୍ରମ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି । ଆଉ ଏହାରି ଭିତରେ ଆଶ୍ରମରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଭିନ୍ନ ସଂଗଠନ । ଗେଟରେ ଲେଖାଯାଇଥିବା ‘ଶ୍ରୀ’ ଲେଖା ଉପରେ କାଦୁଅ ଲିପି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବୈକୁଣ୍ଠ ଧାମରେ ତଦନ୍ତ କରାଯାଇଛି । ଆଶ୍ରମରେ ତହସିଲ୍, ବିଡିଏ ଓ BMCର ମିଳିତ ୮ ଜଣିଆ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି । ସେପଟେ ବୈକୁଣ୍ଠ ଆଶ୍ରମ ନିକଟରେ ଆଉ ଏକ ତିନି ମହଲା ଘର ବି ଠାବ ହୋଇଛି । କୁହାଯାଉଛି ଏହି ଘରେ ବାହାରୁ ଆସୁଥିବା ଭକ୍ତ ଓ ଅନୁଗାମୀଙ୍କୁ ରଖାଯାଉଥିଲା । ବିଶେଷ ଭାବେ ବିଦେଶୀ ଭକ୍ତ ଏଠି ରହୁଥିଲେ ।

Leave A Reply

Your email address will not be published.

four × one =