ଦିଲ୍ଲୀରେ କ୍ରମାଗତ ପଞ୍ଚମ ଦିନ ପାଇଁ ବାୟୁ ଗୁଣବତ୍ତା ‘ଗମ୍ଭୀର’ ଶ୍ରେଣୀରେ ରହିଥିବା ବେଳେ ଆଜି ଅପରାହ୍ନରେ ବିଭିନ୍ନ ଅଂଚଳରେ ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୪୫୦ରୁ ଉପରେ ରହିଥିଲା। ବୱାନାରେ ଏହା ୪୭୧ ଛୁଇଁଥିଲା। ସୋସିଆଲ ମିଡିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି, ସୋମବାରଠାରୁ ଜିଆର୍ଏପି-୪ ଲାଗୁ ହେବା ସହିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ସମସ୍ତ ଛାତ୍ରଙ୍କ ପାଇଁ ଅଫଲାଇନ୍ କ୍ଲାସ୍ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଅନ୍ଲାଇନ୍ କ୍ଲାସ କରିବେ।ଅଶୋକ ବିହାର ଓ ଜାହାଙ୍ଗୀରପୁରୀରେ ଏକ୍ୟୁଆଇ ୪୬୬ ରେକର୍ଡ କରାଯାଇଛି । ମୁଣ୍ଡକା ଏବଂ ୱାଜିରପୁରରେ ମଧ୍ୟ ଏକ୍ୟୁଆଇ ସ୍ତର ୪୬୩ ରହିଛି, ଯାହା ସମଗ୍ର ସହରରେ ବ୍ୟାପକ ପ୍ରଦୂଷଣକୁ ସୂଚାଉଛି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ସକାଳ ସାଢ଼େ ୭ଟାରେ ଦୃଶ୍ୟମାନତା ୮୦୦ ମିଟରକୁ ଖସି ଆସିଥିବାରୁ ୧୦୭ଟି ବିମାନ ବିଳମ୍ବିତ ହୋଇଥିବା ବେଳେ ୩ଟି ବାତିଲ ହୋଇଛି। କ୍ରମାଗତ ୫ମ ଦିନରେ ଦିଲ୍ଲୀର ପ୍ରଦୂଷଣସ୍ତର ବିପଜ୍ଜନକ ସ୍ତରରେ ରହିଥିବା ବେଳେ ଦିଲ୍ଲୀ ସରକାର ଏହି ଘୋଷଣା କରିଛନ୍ତି। ଫେଜ ରେସ୍ପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି)ର ଚତୁର୍ଥ ପର୍ଯ୍ୟାୟରେ ଦିଲ୍ଲୀ-ନ୍ୟାଶନାଲ କ୍ୟାପିଟାଲ ରିଜିଅନ (ଏନ୍ସିଆର୍) ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ଆୟୋଗ ଲାଗୁ ହେବାର କିଛି ଘଣ୍ଟା ପରେ ଏହି ଘୋଷଣା କରାଯାଇଛି।