ଭୁବନେଶ୍ୱର(ରାଜ୍ୟକାହାଣୀ) ଓଲିଉଡର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଲମ୍ବା ସମୟ ଧରି ପ୍ରେମିକ ଅନୁରାଗଙ୍କ ସହିତ ସମ୍ପର୍କରେ ରହିବା ପରେ ନଭେମ୍ବର ୧୭ ତାରିଖ ରବିବାର ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ବିଧିବଦ୍ଧ ଭାବେ ବିବାହ କରିଛନ୍ତି। ନିଜେ ଏଲିନା ବିବାହ ସମୟର ଫଟୋ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଦୁଇ ଲଭ ବାର୍ଡଙ୍କର ଏବେ ବିବାହକୁ ନେଇ ସେମିତି କୌଣସି ଖବର କି ଚର୍ଚ୍ଚା ବି ନଥିଲା।ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଓଲିଉଡରେ ବି ଏହି ଖବର ନଥିଲା।ଏଲିନା ଏକ ଘରୋଇ ଚ୍ୟାନେଲର ରିଆଲିଟି ଶୋ’ରୁ ବିଜେତା ହୋଇ ୨୦୧୫ ରେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଇସ୍କ ତୁ ହି ତୁ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ। ଏହାପରେ କେହି ନୁହେଁ କାହାର, ଜଗା ହାତରେ ପଘା, ଲଭ୍ ଷ୍ଟେସନ, ଝିଅଟା ବିଗିଡ଼ିଗଲା, ଅଭୟ, ପ୍ରତିଶୋଧ, ମାଲ୍ୟଗିରି ଆଦି ଚଳଚିତ୍ରରେ ଅଭିନୟ କରି ଅନେକ ପ୍ରଶଂସା ସାଉଣ୍ଟିଛନ୍ତି।