ଝାନସୀ ମେଡିକାଲ କଲେଜ ଅଗ୍ନିକାଣ୍ଡ, ମୃତକ ଶିଶୁଙ୍କ ପରିଜନଙ୍କୁ କ୍ଷତିପୂରଣ ଘୋଷଣା

ଉତ୍ତରପ୍ରଦେଶ ଝାନସୀ ମେଡିକାଲ କଲେଜର ଶିଶୁ ୱାର୍ଡରେ ନିଆଁ ଲାଗିବା ଯୋଗୁଁ ୧୦ ପିଲାଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୫ ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି । ଯେଉଁ ୱାର୍ଡରେ ନିଆଁ ଲାଗିଛି, ସେଠାରେ ୪୭ ନବଜାତକ ଥିଲେ । ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଝାନସୀ ମେଡିକାଲରେ ଘଟିଥିବା ଅଗ୍ନିକାଣ୍ଡ ଯୋଗୁ ମୃତ ଶିଶୁଙ୍କ ପରିବାର ପାଇଁ ୫ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଏଥିସହ ଗୁରୁତରଙ୍କ ପରିବାର ନିମନ୍ତେ ୫୦ ହଜାର ଟଙ୍କା ଲେଖାଏ ଘୋଷଣା କରିଛନ୍ତି।ଘଟଣା ପରେ ଯୋଗୀ ରାତାରାତି ଉପସଚିବ ବ୍ରିଜେଶ ପାଠକ ଏବଂ ପ୍ରମୁଖ ସ୍ୱାସ୍ଥ୍ୟ ସଚିବଙ୍କୁ ଘଟଣା ସ୍ଥଳକୁ ପଠାଇଛନ୍ତି । କ’ଣ ପାଇଁ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଲା, ଏତେ ସଂଖ୍ୟକ ଛୁଆଙ୍କ ଜୀବନ ଚାଲିଗଲା ତାହାର ଉଚ୍ଚସ୍ତରୀୟ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଏହି ଯାଞ୍ଚ ରିପୋର୍ଟ ୧୨ ଘଣ୍ଟାରେ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ମଧ୍ୟ ପ୍ରତିକ୍ରିୟା ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟ ଏହାର ଏକ୍ସ ପୋଷ୍ଟରେ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛି । ପିଏମଓ ନିଜ ପୋଷ୍ଟରେ ଲେଖିଛି, ‘ହୃଦୟ ବିଦାରକ ! ଉତ୍ତରପ୍ରଦେଶର ଝାନ୍ସୀସ୍ଥିତ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣା ଅତ୍ୟନ୍ତ ଦୁଃଖଦାୟକ ।

Leave A Reply

Your email address will not be published.

2 × five =