ଆଜି ହେଉଛି ଜାତୀୟ ପ୍ରେସ୍ ଦିବସ

ଜାତୀୟ ପ୍ରେସ ଦିବସ ପ୍ରତିବର୍ଷ ୧୬ ନଭେମ୍ବରରେ ଦେଶରେ ପାଳନ କରାଯାଏ। ଏହି ଦିନଟି ଗଣମାଧ୍ୟମର ସ୍ବାଧୀନତା ଏବଂ ସମାଜ ପ୍ରତି ଦାୟିତ୍ୱର ପ୍ରତୀକ ଅଟେ। ଏହି ଦିନ ହିଁ ପ୍ରେସ କାଉନସିଲ ଅଫ୍‌ ଇଣ୍ଡିଆ କାର୍ଯ୍ୟ ଆରମ୍ଭ କରିଥିଲା।୧୯୬୬ ମସିହା ଆଜିର ଦିନରେ କେନ୍ଦ୍ର ସରକାର ଭାରତୀୟ ପ୍ରେସ୍‍ କାଉନ୍‍ସିଲ ଗଠନ କରିଥିଲେ । ସମ୍ବାଦପତ୍ର ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଏବଂ ପ୍ରେସ୍‍ କାଉନ୍‍ସିଲ ହେଉଛି ସମ୍ବାଦପତ୍ର ମାନଙ୍କର ନୈତିକ ପ୍ରହରୀ । ସମ୍ବାଦପତ୍ର ମାନଙ୍କର କାମ ଉପରେ ନଜର ରଖିବା ସହିତ ଆବଶ୍ୟକ ପଡିଲେ ପରାମର୍ଶ, ସମୀକ୍ଷା ଏବଂ ବିବାଦୀୟ ସମ୍ବାଦ ପ୍ରସାରଣ ଉପରେ ବିଚାର କରି ନୈତିକ ଯାଞ୍ଚ କର୍ତ୍ତାଭାବେ ପ୍ରେସ୍‍ କାଉନ୍‍ସିଲ କାମ କରୁଛି । ପ୍ରେସ୍‍ର ସ୍ୱାଧୀନତାକୁ ବଜାୟ ରଖିବା ଦିଗରେ ମଧ୍ୟ ପ୍ରେସ୍‍ କାଉନ୍‍ସିଲ ଅଫ୍‍ ଇଣ୍ଡିଆ କାମ କରୁଛି ।ସେବେଠାରୁ ଦେଶରେ ନଭେମ୍ବର ୧୬କୁ ପ୍ରତିବର୍ଷ ଜାତୀୟ ଗଣମାଧ୍ୟମ ଦିବସ ଭାବେ ପାଳନ କରାଯାଏ। ଏହି ଦିନଟି ପ୍ରେସ ସ୍ବାଧୀନତା ଏବଂ ଦାୟିତ୍ୱ ପ୍ରତି ଆମର ବିଶେଷ ଧ୍ୟାନ ଆକର୍ଷଣ କରିଥାଏ।

Leave A Reply

Your email address will not be published.

eighteen + fourteen =