ଶ୍ଵେତ ପତ୍ର ପ୍ରକାଶ ଦାବି

ଭୁବନେଶ୍ୱର(ରାଜ୍ୟକାହାଣୀ) ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ଶ୍ୱେତପତ୍ର ପ୍ରକାଶ କଲା ବ୍ୟବସାୟୀ ସଂଘ। ଖାଉଟିଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାରଙ୍କ ଭୁଲ ଭଟକା ସାମ୍ନାକୁ ଅଣାଯାଉଛି। ଏହା ପରେ ବି ସରକାର ପଦକ୍ଷେପ ନ ନେବାରୁ ଏଭଳି ପଦକ୍ଷେପ ନେଇଛି ବ୍ୟବସାୟୀ ସଂଘ। ଆସନ୍ତା ୨୧ ଓ ୨୨ ତାରିଖ ପରେ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଲି ଅଭିଯାନ ଆରମ୍ଭ କରିବ ରାଜ୍ୟ ବ୍ୟବସାୟୀ ସଂଘ।ଦରଦାମ ବୃଦ୍ଧିର ପ୍ରକୃତ କାରଣ ଓ କିଏ ଦାୟୀ ଏହାକୁ ଏକ୍ସପୋଜ କରାଯିବ। ଶ୍ୱେତପତ୍ରରେ ମଧ୍ୟ ଏସବୁ ପ୍ରସଙ୍ଗ ସ୍ଥାନ ପାଇଛି। ଲୋକଙ୍କ ପାଖକୁ ଏସବୁ ପ୍ରସଙ୍ଗ ନିଆଯିବ ବୋଲି କହିଛି ସଂଘ।ଅନ୍ୟପଟେ ସରକାରଙ୍କୁ ବ୍ୟବସାୟୀ ସଂଘ ଚରମ ବାଣୀ ଶୁଣାଇଛି। କର୍ପୋରେଟ ହାଉସକୁ ଆଇନ ପରିସରକୁ ସରକାର ଆଣନ୍ତୁ। ନଚେତ ୨୦୨୫ ପ୍ରଥମାର୍ଦ୍ଧରେ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯିବ। ତା ପରେ ବ୍ୟବସାୟୀ ମାନେ ଆମରଣ ଅନଶନ କରିବେ। ବ୍ୟବସାୟୀ ସଂଘର ବୈଠକ ଏବେ ଲଗାତର ଚାଲିଛି। ଖାଉଟି ଯେଭଳି ଠକାମିର ଶିକାର ନ ହେବେ ଓ ବ୍ୟବସାୟୀ ବଂଚିବେ ତାକୁ ନେଇ ଉଦ୍ୟମ ଚାଲିଛି। କିନ୍ତୁ ସରକାର କେବଳ କର୍ପୋରେଟ ହାଉସ ପାଇଁ କାମ କରୁଛି। ସାଧାରଣ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାରଙ୍କ ଉଦ୍ୟମ ନାହିଁ।

Leave A Reply

Your email address will not be published.

1 × 3 =