ଭୁବନେଶ୍ୱର(ରାଜ୍ୟକାହାଣୀ)ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ହିଂସାର ମାତ୍ରା ବଢ଼ିବାରେ ଲାଗିଛି। ଚୋରି, ଠକେଇ, ଲୁଟ୍, ରାହାଜାନୀ ଆଦି ଘଟଣା ବଢ଼ିଚାଲିଛି। ତେବେ ଶ୍ରୀ ପିନାକୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ଗତ ୧ ମାସ ଭିତରେ ୨ ଶହରୁ ଊର୍ଦ୍ଧ୍ବ ଚେନ୍ ଲୁଟେରାଙ୍କୁ ଧରାଯାଇଛି। ତଥାପି ଗହଳି ସ୍ଥାନରେ ସେମାନେ ସକ୍ରିୟ ହେଉଛନ୍ତି। ଷ୍ଟ୍ରିଟ କ୍ରାଇମ୍ ରୋକିବାକୁ ସବୁବେଳେ ଆମର ସ୍ଵତନ୍ତ୍ର ଡ୍ରାଇଭ୍ ଚାଲୁଛି। ଏୟାରଫିଲଡ଼ ଥାନା ଲବଣଗିରିରେ ଘଟିଥିବା ଲୁଟ ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି, ତାହା ଅତ୍ୟନ୍ତ ଦୁଃଖଦ ଓ ସମ୍ବେଦନଶୀଳ ଘଟଣା। ଏଭଳି କାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ,ସେମାନଙ୍କୁ ଧରିବା ପାଇଁ ପୁଲିସ ପ୍ରତିଶ୍ରୁତିବଦ୍ଧ।