ଭୁବନେଶ୍ୱର(ରାଜ୍ୟକାହାଣୀ) ଶିଶୁ ଦିବସରେ ଶିଶୁଙ୍କୁ ନିର୍ଯତନା । ସେ ବି ପୁଣି ନିଜ ଜନ୍ମକଲା ମାଆ ଆଗରେ । ଆଉ ମାଆ ସାଜିଥିଲା ନିରବଦ୍ରଷ୍ଟା । ଏପରି ଏକ ଲଜ୍ଜାଜନକ ଘଟଣା ରାଜଧାନୀ ଭୁବନେଶ୍ୱରର ମୈତ୍ରୀବିହାର ଥାନା ମହାବୀର ବସ୍ତିରେ ଘଟିଛି । ଦୁଇ ପିଲାଙ୍କୁ ଗରମ ଷଣ୍ଢୁଆଶୀରେ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯାଇଛି। ଏହି ଘଟଣାରେ ପୁଲିସ୍ ପୀଡ଼ିତ ପିଲାଙ୍କ ମା’ ଓ ତାଙ୍କ ପ୍ରେମିକ ଗୁଡ଼ୁ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି।ବାପା ଅନୁପସ୍ଥିତିରେ ମାଆ ପର ପୁରୁଷ ସହ ରଖିଥିଲା ସମ୍ପର୍କ । ଏମିତିକି ସବୁଦିନ ଘରକୁ କରୁଥିଲା ଯିବା ଆସିବା । ହେଲେ ଏହି ସବୁକୁ ବରଦାସ୍ତ କରି ପାରିଲେନି ଭାଇ ଭଉଣୀ ।
କଥାକୁ ବିରୋଧ କରିବାରୁ ଦୁଷ୍ଟ ହେଉଥିବା ଆଳ ଦେଖାଇ ପ୍ରେମିକ ହାତରେ ଚେଙ୍କ ଦେଲା ମାଆ । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ ପିଲାଙ୍କୁ ଉଦ୍ଧାର କରି ସେମାନଙ୍କ ବୟାନ ରେକର୍ଡ କରିଛି ।