ଭୁବନେଶ୍ୱର(ରାଜ୍ୟକାହାଣୀ)ଜନ ଜାତୀୟ ଗୌରବ ଦିବସ ପାଳନ ପାଇଁ ଜନତା ମଇଦାନରେ ଭବ୍ୟ ଆୟୋଜନ । ଯୋଗ ଦେବେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହିପରି ଭୁବନେଶ୍ୱର ଜନତା ମୈଦାନରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେଉଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ପାଳନ ହେବ ସମାରୋହ । ଭିସିରେ ଯୋଡି ହେଇ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି । ଜନତା ମଇଦାନରେ ପ୍ରାୟ ହଜାର ହଜାର ଲୋକ ସାମିଲ ହେବେ ।ଏହିକ୍ରମରେ ନଭେମ୍ବର ୧୫ ତାରିଖରେ ଓଡ଼ିଶାର ୨୭ଟି ଜିଲ୍ଲାର ୨୩୪ଟି ବ୍ଲକରେ ଥିବା ୨୪୦୮ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭୬୬୭ଟି ଆଦିବାସୀ ବହୁଳ ରାଜସ୍ୱ ଗ୍ରାମରେ ସ୍ଵତନ୍ତ୍ର ପଲ୍ଲୀସଭା ଆୟୋଜନ କରାଯିବ । କିସ୍ ବିଶ୍ବ ବିଦ୍ୟାଳୟରୁ ଅନେକ ଆଦିବାସୀ ଛାତ୍ରଛାତ୍ରୀ ଯୋଗ ଦେବେ।ଆଦିବାସୀ ପାରମ୍ପରିକ ବାଦ୍ୟ ଓ ସଙ୍ଗୀତରେ ଦୁଲୁକିବ ଜନତା ମଇଦାନ। ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ। ଦୁଇଟି ଷ୍ଟେଜ ସହ ଲୋକଙ୍କ ବସିବା ପାଇଁ ସୁବିଧା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସିସିଟିଭି ଲଗାଯାଇଛି । ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।