କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳରେ ରାତି ଗୋଟାଏରେ ଘରେ ପଶିଲା ପାଣି

ଭୁବନେଶ୍ୱର(ରାଜ୍ୟକାହାଣୀ) କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳରେ ଆସିଥିଲା  ଅଦିନିଆ ବନ୍ୟା! ଆଉ ଚାହୁଁ ଚାହୁଁ ସମସ୍ତଙ୍କ ଘରେ ପଶି ଯାଇଥିଲା ପାଣି। ଆଉ ଶୋଇଥିବା ବେଳେ ଭିଜିଯାଇଥିଲା ବିଛଣା ସମେତ ଖାଦ୍ୟ ସାମଗ୍ରୀ। ଘରକୁ ଘର ପାନୀୟ ଜଳ ଯୋଗାଇବା ପାଇଁ ଗ୍ରାମୀଣ ଜଳ ଯୋଗାଣ ବିଛା ଯାଇଛି ପାଇପ୍‌। ତେବେ ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଯୋଡା ପୌରାଞ୍ଚଳ ୧୦ ନମ୍ୱର ୱାର୍ଡ଼ ହନୁମାନ ହଟିଂ ଦେଇ ଯାଇଥିବା ପାନୀୟ ଜଳ ପାଇପ୍‌ ଫାଟି ଯାଇଥିଲା। ପାଇପ୍‌ ଫାଟିବା ପରେ ଆସିଥିଲା ଜଳ ପ୍ରଳୟ। ଘର ଭିତରେ ପାଣି ଦେଖି ଲୋକମାନେ ପ୍ରଥମେ କିଛି ଜାଣିପାରିନଥିଲେ। ତରବରିଆ ଭାବେ ଉଠି ପଡ଼ିଥିଲେ। ଚାହୁଁ ଚାହୁଁ ଘରେ ଥିବା ସବୁ ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ ଭିଜି ଯାଇଥିଲା। ଲୋକମାନେ କିଛି ଭାବିବା ପୂର୍ବରୁ ଚଟାଣରେ ଥିବା ଖାଦ୍ୟ ସାମଗ୍ରୀକୁ ଉଠାଇ ଉଚ୍ଚ ସ୍ଥାନକୁ ନେଇଯାଇଥିଲେ। ହନୁମାନ ହଟିଂରେ ପ୍ରାୟ ୧୦ରୁ ଅଧିକ ପରିବାର ଲୋକଙ୍କ ଘରେ ପଶିଥିଲା ଅଦିନିଆ ପାଣି। ଶୀତୁଆ ରାତିରେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ତେବେ ପାଣି ବନ୍ଦ ହେବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି। କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଯୋଗାଇ ପାଇଁ ଲୋକମାନେ ଦାବି କରିଛନ୍ତି।

Leave A Reply

Your email address will not be published.

7 + fourteen =