ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ବୁଧବାର ଅପରାହ୍ନରେ ଲୋକସେବା ଭବନର ୩ୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କ୍ୟାବିନେଟ୍ ବୈଠକରେ ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ଏଥିରେ କୌଣସି ସରକାରୀ ନିଯୁକ୍ତି ଏବଂ ପ୍ରବେଶିକା ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା, ଜାଲିଆତି କିମ୍ବା ଚଞ୍ଚକତା କ୍ଷେତ୍ରରେ ଦଣ୍ଡ ବିଧାନ ପ୍ରବଧାନ କରାଯାଇଛି । ଦୋଷୀଙ୍କୁ ୩ରୁ ୫ ବର୍ଷ ଜେଲ୍ ଦଣ୍ଡ ସହ ୧୦ ଲକ୍ଷ ଜରିମାନା ପ୍ରବଧାନ ରହିଛି । ଅନ୍ୟପଟରେ ପରୀକ୍ଷା କରୁଥିବା ସର୍ଭିସ ପ୍ରୋଭାଇଡରଙ୍କୁ ବି ଜରିମାନା ହେବ। ସର୍ଭିସ ପ୍ରୋଭାଇଡରଙ୍କୁ ୧ କୋଟି ଟଙ୍କା ଜରିମାନା କରାଯିବ। ଏହି ନିୟମ ଓପିଏସ୍ସି, ଓଏସ୍ଏସ୍ସି, ଓଏସ୍ଏସ୍ଏସ୍ସି ଆଦି ପରୀକ୍ଷା ପାଇଁ ଲାଗୁ ହେବ।