ଡାହାଣ ଆଖିରେ ଯନ୍ତ୍ରଣା ହେଉଥିଲା, ବାମ ଆଖିର ଅପରେଶନ କଲେ ଡାକ୍ତର

ଚିକିତ୍ସାରେ ଘୋର ଅବହେଳା। ଛୋଟ ପିଲାର ଜୀବନ ସହ ଖେଳ। ରାଜଧାନୀ ଦିଲ୍ଲୀର ଗ୍ରେଟର ନୋଏଡ଼ାରୁ ଡାକ୍ତରଙ୍କ ଅବହେଳାର ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଡାକ୍ତରଖାନାରେ ବାମ ଆଖିର ଚିକିତ୍ସା କରାଇବାକୁ ଆସିଥିବା ୭ ବର୍ଷୀୟ ନାବାଳକଙ୍କୁ ଚେତାଶୂନ୍ୟ କରି ତାଙ୍କ ଡାହାଣ ଆଖି ଅପରେଶନ କରି ଦିଆଯାଇଛି। କେବଳ ଏତିକି ନୁହେଁ ଅପରେଶନ ଲାଗି ପରିବାରଲୋକଙ୍କଠାରୁ ୪୫ ହଜାର ଟଙ୍କା ଆଦାୟ କରାଯାଇଛି। ସୂଚନାମୁତାବକ ଡାହାଣ ଆଖିରେ ଯନ୍ତ୍ରଣା ହେଉଥିବାରୁ ଜଣେ ୭ ବର୍ଷର ନାବାଳକ ଚିକିତ୍ସା କରିବା ପାଇଁ ଆସିଥିଲେ। ପିଲାଟିର ଆଖିରୁ ଲଗାତର ପାଣି ବାହାରୁଥିଲା।

 ପାରୀକ୍ଷା କରିବା ପରେ ଡାକ୍ତର ତାଙ୍କର ଅପରେସନ୍‌ ହେବ ବୋଲି କହିଥିଲେ।ତେବେ ଅପରେସନ୍‌ ଥିଏଟରକୁ ଗଲା ପରେ ଭୁଲ୍‌ରେ ଡାକ୍ତରମାନେ ପିଲାଟିର ଡାହାଣ ବଦଳରେ ବାମ ଆଖିର ଅପରେସନ୍‌ କରିଦେଇଛନ୍ତି। ୧୨ ତାରିଖରେ ପିଲାଟିର ଆଖି ଅପରେସନ୍‌ କରାଯାଇଥିଲା। ତେବେ ପିଲାଟି ଘରକୁ ଫେରିବା ପରେ ଡାହାଣ ବଦଳରେ ବାମ ଆଖିରେ କାହିଁକି ଅପରେସନ୍‌ କରାଯାଇଛି ବୋଲି ତାଙ୍କ ମା’ ପ୍ରଶ୍ନ ଉଠାଇଥିଲେ। ଏନେଇ ଡାକ୍ତରଙ୍କ ପଚାରିବାକୁ ସେ ଏବଂ ତାଙ୍କ ହସ୍ପିଟାଲ କର୍ମଚାରୀମାନେ ମିଶି ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।ଏହାପରେ ସିଏମ୍‌ଓ ଅଫିସ ପହଞ୍ଚି ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.

15 + two =