ମହେନ୍ଦ୍ର ସିଂ ଧୋନୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ନୋଟିସ୍ । 

ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବଢ଼ିଲା ଅଡୁଆ। ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଅଦାଲତରେ ହାଜର ହେବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଜରି କରିଛନ୍ତି।ଯାହାକୁ ନେଇ ଜାତୀୟ ଗଣମାଧ୍ୟମର ହେଡଲାଇନରେ ଏବେ ଧୋନୀ, ଧୋନୀ ଆଉ କେବଳ ଧୋନୀଙ୍କୁ ନେଇ ଚର୍ଚ୍ଚା । ସୂଚନା ମୁତାବକ, ଧୋନୀଙ୍କ ନାଁରେ ତାଙ୍କ ପୂର୍ବତନ ବିଜନେସ୍ ପାର୍ଟନର ମହିରି ଦିବାକର ଏବଂ ସୌମ୍ୟା ଦାସ ଝାଡ଼ଖଣ୍ଡ ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି । ଯାହାକୁ ନେଇ କୋର୍ଟରେ ନିଜ ପକ୍ଷ ରଖିବାକୁ ଧୋନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଝାଡ଼ଖଣ୍ଡ ଉଚ୍ଚନ୍ୟାୟାଳୟ । ନୋଟିସରେ ଉଲ୍ଲେଖ ଅଛି ଯେ, (ଆର୍କା ସ୍ପୋର୍ଟ୍ସ ଆଣ୍ଡ୍ ମ୍ୟାନେଜମେଣ୍ଟ)ର ନିର୍ଦ୍ଦେଶକ ମିହିର ଦିବାକର ଏବଂ ସୌମ୍ୟା ଦାସ ଧୋନୀଙ୍କ ନାଁରେ ଏକ କ୍ରିକେଟ୍ ଏକାଡେମୀ ଖୋଲିବା ନେଇ ଚୁକ୍ତି କରିଥିଲେ । ହେଲେ କିଛି ବିବାଦ କାରଣରୁ ଚୁକ୍ତି ଆଗକୁ ବଢ଼ିନଥିଲା ଏପରିକି ମହେନ୍ଦ୍ର ସିଂ ଧୋନୀ ଉଭୟ ମିହିର ଏବଂ ସୌମ୍ୟାଙ୍କ ନାଁରେ ଠକେଇ କରିଥିବା ଅଭିଯୋଗ କରିଥିଲେ । ଧୋନି ଦାବି କରିଛନ୍ତି ଯେ ୨୦୨୧ ମସିହାରେ ସେ ଏକାଡେମୀ ପାଇଁ ଚୁକ୍ତିନାମା ଅଧିକାରକୁ ବାତିଲ କରିଦେଇଥିଲେ। ଅବଶ୍ୟ, ଏହା ପରେ ମଧ୍ୟ ତାଙ୍କ ନାମ ମିହିର ଦିୱାକର ଏବଂ ସୌମ୍ୟା ଦାସଙ୍କ ଦ୍ୱାରା ବ୍ୟବହୃତ କରାଯାଉଥିଲା।

ପରବର୍ତ୍ତୀ ସମୟରେ, ରାଞ୍ଚିରେ ଜଣେ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ କୋର୍ଟ ଦ୍ୱାରା ଦିୱାକର ଏବଂ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ତେବେ ଏହାକୁ ବିରୋଧ କରି ଦୁହେଁ ଝଡଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ହାଇକୋର୍ଟ ଧୋନିଙ୍କୁ ଏହି ମାମଲାରେ ଅଦାଲତରେ ହାଜର ହେବାକୁ ନୋଟିସ୍‌ ପଠାଇଛନ୍ତି। ଏହି ମାମଲାରେ ନିଜ ପକ୍ଷ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.

5 + fourteen =