ଅନ୍ଲାଇନ୍ରେ ଆସୁଥିବା ନିମନ୍ତ୍ରଣ କାର୍ଡ ଖୋଲନ୍ତୁ ନାହିଁ! ସିଏ ବାହାଘର ବା ଜନ୍ମଦିନର ନିମନ୍ତ୍ରଣ କାର୍ଡ ହେଉ। ଯଦି ଖୋଲିବେ, ତାହାହେଲେ ଠକାମୀରେ ଶିକାର ହେବାର ଜଥେଷ୍ଟ ସମ୍ଭାବନା ରହିଛି। ଅଚିହ୍ନା ଲୋକଙ୍କଠାରୁ ହ୍ୱାଟ୍ସଆପ୍ ବା ଅନ୍ୟ କୌଣସି ସୋଶାଲ୍ ମିଡ଼ିଆରେ ଆସୁଥିବା ନିମନ୍ତ୍ରଣ କାର୍ଡକୁ ଖୋଲନ୍ତୁ ନାହିଁ। ଏନେଇ ସତର୍କ କରାଇଛି ସାଇବର ପୋଲିସ। APK ଫାଇଲ ମାଧ୍ୟମରେ ସମସ୍ତ ଆକ୍ସସେସ ନେଇଯାଉଛନ୍ତି ସ୍କାମର। ହିମାଚଳପ୍ରଦେଶରେ ଅନେକ ସାଇବର ଠକେଇର ଶିକାର ହେବା ପରେ ଲୋକଙ୍କୁ ସତର୍କ କରାଇଛନ୍ତି ହିମାଚଳ ସରକାର। ଏହି ଖବର ଜଣାପଡିବା ପରେ ଏବେ କମିଶନରେଟ ପୋଲିସ ପକ୍ଷରୁ ଲୋକଙ୍କୁ ଏ ନେଇ ସତର୍କ କରଯାଇଛି । ସାଧାରଣ ଲୋକଙ୍କ ପାଖୁ ଆସୁଥିବା APK ଫାଇଲକୁ ସଚେତନତାର ସହ ବ୍ୟବହାର କରନ୍ତୁ ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର ।ଯଦି ଆପଣ ଏହାକୁ ଡାଉନଲୋଡ୍ ପାଇଁ କ୍ଲିକ୍ କରୁଛନ୍ତି, ତା’ହେଲେ ଆପଣଙ୍କ ମୋବାଇଲର ପୂରା ଆକ୍ସେସ୍ ସହ ବ୍ୟକ୍ତିଗତ ତଥ୍ୟ ଲୁଟେରାଙ୍କ ହାତକୁ ପଳାଇଯିବ। ଆଉ ତା’ପରେ ମୋବାଇଲ୍ ସହ ଲିଙ୍କ ବ୍ୟାଙ୍କ ଆକାଉଣ୍ଟର ଟଙ୍କା, ପର୍ସନାଲ୍ ଡିଟେଲ୍ସ ସବୁ ଚାଲି ଯିବ ।