କିଏ ହେବ ଵିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ମହାରାଜ କଂସ ?

ଭୁବନେଶ୍ୱର(ରାଜ୍ୟକାହାଣୀ)କିଏ ହେବ ଵିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ମହାରାଜ କଂସ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମଞ୍ଚ ରେ କଂସ ଭୂମିକାରେ ଅଭିନୟ କରିବା ପାଇଁ କଳାକାର ମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡେ । ଥରେ କଂସ ଭୂମିକାରେ ଚୟନ ହେଲେ ତିନି ବର୍ଷ ଅଭିନୟ କରିବା ପାଇଁ ସୁଯୋଗ ମିଳେ । ଏହାରି ଭିତରେ ଦୀର୍ଘ ୨୩ ବର୍ଷ ଧରି ହୃଷିକେଶ ଭୋଇ କଂସ ଭୂମିକାରେ ଅଭିନୟ କରିଆସିଛନ୍ତି । କିନ୍ତୁ ଅନେକ ସମୟରେ ସେ ବିବାଦକୁ ଆସି ମଧ୍ୟ ମଧ୍ୟ କଂସ ଭୂମିକାରୁ ବାଦ୍ ପଡ଼ିନଥିଲେ । ହେଲେ ଏଥର ତାଙ୍କ ନାମରେ ଆସିଥିଲା ସାଂଘାତିକ ଅଭିଯୋଗ । ଯେଉଁଥିରେ ସେ  ମହାପ୍ରୟାଣ ଗାଡ଼ିରେ ମୃତଦେହ ଛାଡିବାକୁ ଯାଇ ମୃତ ପରିବାର ବର୍ଗଙ୍କ ଠାରୁ ୩ ହଜାର ଟଙ୍କା ଆଦାୟ କରିବା ଏବଂ କଥା ପ୍ରଘଟ ପରେ ଫୋନ ପେ ରେ ୩୫ ଶହ ଟଙ୍କା ଫେରସ୍ତ କରିବା ଘଟଣା ପ୍ରମାଣିତ ହେବା ପରେ କାର୍ଯ୍ୟରୁ ନିଳମ୍ବିତ ହେବା ସହ ଭଟଲି ଥାନାରେ ମାମଲା ରୁଜୁ ହୋଇଛି । ଏଭଳି ଜଣେ ଦୁର୍ନୀତିଗ୍ରସ୍ଥ ବ୍ୟକ୍ତିଙ୍କୁ କଂସ ଭୂମିକାରୁ ବାଦ ଦେବାପାଇଁ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତିଙ୍କ ଠାରେ ବିଭିନ୍ନ ସଂଗଠନ ଦାବି କରିଥିଲେ । ତେବେ ଆସନ୍ତା ଜାନୁଆରୀ ୩ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ବିଶ୍ବର ସର୍ବ ବୃହତ ଖୋଳା ରଙ୍ଗମଞ୍ଚରେ ହେବ ଧନୁଯାତ୍ରା । ଧନୁଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ଆରମ୍ଭ ହୋଇଛି ବିଭିନ୍ନ କମିଟିର ବୈଠକ । ହେଲେ ହୃଷିକେଶ ଭୋଇ ବିବାଦ ଘେରରେ ଥିବାରୁ କଂସ ଭୂମିକା କୁ ନେଇ ଲାଗିରହିଛି ଦ୍ବନ୍ଦ । କିଏ ହେବ କଂସ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । କଳାକାର ସମନ୍ବୟ କମିଟି ବୈଠକ ପରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କଂସ ଭୂମିକା ପାଇଁ ଚୟନ ହେବ ।

Leave A Reply

Your email address will not be published.

20 + sixteen =