ଆଜି  ଝାଡ଼ଖଣ୍ଡରେ ୪୩ ସିଟ୍‌ରେ ଚାଲିଛି ଭୋଟିଂ

ଝାଡ଼ଖଣ୍ଡ‌ରେ ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇ ଏହା ସନ୍ଧ୍ୟା ୫ଟା ଯାଏ ଚାଲିବ।। ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାର ୪୩ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହେଉଛି।  ଭୋଟରମାନେ ୬୮୩ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ।  ୪୩ ଆସନରୁ ୨୦ଟି ଏସ୍‌ଟି ଓ ୬ଟି ଏସ୍‌ସି ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ରହିଛି । ପ୍ରଥମ ପର୍ଯ୍ୟାୟରେ ଲଢ଼ୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ସ୍ୱାସ୍ଥ୍ୟ ମନ୍ତ୍ରୀ ବାନ୍ନା ଗୁପ୍ତା, ରାଜ୍ୟ ସଭା ସାଂସଦ ମହୁଆ ମାଜି, ଗୀତା କୋଡା (ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ପତ୍ନୀ) ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ରାଜ୍ୟପାଳ ରଘୁବାର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ରହିଛନ୍ତି । ଏଣେ କେରଳର ଓ୍ବାୟାନଡ୍ ଲୋକସଭା ଆସନ ସମେତ ଦେଶର  ବିଭିନ୍ନ ରାଜ୍ୟର ୩୧ଟି ବିଧାନସଭା ଆସନ ଲାଗି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। 

Leave A Reply

Your email address will not be published.

20 − 16 =