ବେଦାନ୍ତ ନେଇଥିବା ଜମି ଫେରି ପାଇବେ ଚାଷୀ

ଭୁବନେଶ୍ୱର(ରାଜ୍ୟକାହାଣୀ) ଚାଷୀଙ୍କ ପାଖକୁ ଫେରିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି । ଘରୋଇ ଭାବେ ଅଧିଗ୍ରହଣ କରାଯାଇଥିବା ଜମି ଫେରସ୍ତ ହେବ ।  ପ୍ରତି ବଦଳରେ ଚାଷୀମାନେ ନେଇଥିବା କ୍ଷତିପୂରଣ ରାଶି ଫେରାଇବେ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି । ୨୦୦୬ ମସିହା ଜୁଲାଇ ୧୯ ତାରିଖରେ ବେଦାନ୍ତ ଫାଉଣ୍ଡେସନ ସାଙ୍ଗରେ ଚୁକ୍ତିନାମା କରିଥିଲେ ତତ୍କାଳୀନ ରାଜ୍ୟ ସରକାର । ଖୁବ୍ ଶୀଘ୍ର ଜିଲ୍ଲା ପ୍ରଶାସନ ପ୍ରକ୍ରିୟା  ଆରମ୍ଭ କରିବେ । ଏହି ପ୍ରକ୍ରିୟା ପାଇଁ ଲୋକଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବନି । ଦିନେ ଦୁଇ ଦିନ ଭିତରେ ପ୍ରକ୍ରିୟା ସରିବ । ବିଜ୍ଞପ୍ତି ପ୍ରକାଶ ପାଇବ ତାପରେ ଜମି ଫେରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

sixteen − fifteen =