ଜାନୁଆରିରେ ହିତାଧିକାରୀମାନଙ୍କୁ ମିଳିବ ନୂଆ ରାସନ କାର୍ଡ

ଭୁବନେଶ୍ୱର(ରାଜ୍ୟକାହାଣୀ) ହିତାଧିକାରୀଙ୍କ ପାଇଁ ଖୁସିର ଖବର ।  ନୂଆବର୍ଷରୁ ମିଳିବ ନୂଆ ରାସନ କାର୍ଡ  ।  ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଇ-କେୱାଇସି ପ୍ରକ୍ରିୟା ଜାରି ରହିଥିବା ବେଳେ ଆଉ କିଛି ଦିନ ପରେ ଏହା ଶେଷ ହେବ। ପ୍ରକ୍ରିୟା ଶେଷ ହେଲା ପରେ ରାଜ୍ୟରେ କେତେ ଜଣ ଲୋକ ରାସନକାର୍ଡରେ ସାମିଲ ହୋଇଛନ୍ତି, ଏହାର ତାଲିକା ପ୍ରସ୍ତୁତ ହେବ। ଇ-କେୱାଇସି ଯାଞ୍ଚ ସରିବା ପରେ ହିତାଧିକାରୀମାନଙ୍କୁ ଜାନୁଆରୀରେ ମିଳିବ ନୂଆ ରାସନ କାର୍ଡ। ତେବେ ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଇ-କେୱାଇସି ଯାଞ୍ଚ ନଭେମ୍ବରରେ ସରିବ।  ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

2 + seven =