ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀଙ୍କୁ ହତ୍ୟା ଧମକ। ଫୋନ୍ କଲ କରି ୫୦ ଲକ୍ଷ ଟଙ୍କା ମାଗିଛନ୍ତି ଦୁର୍ବୃତ୍ତ । ୨ ଦିନ ମଧ୍ୟରେ ଟଙ୍କା ନଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ଦୁର୍ବୃତ୍ତ । ଅଭିନେତ୍ରୀଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତାଙ୍କ ଅଭିଯୋଗରେ ଅକ୍ଷରା କହିଛନ୍ତି, ନଭେମ୍ବର ୧୧ ଦିନ ପ୍ରାୟ ୧୨.୨୦ ସମୟରେ ତାଙ୍କୁ ଦୁଇଟି ଭିନ୍ନ ନମ୍ବରରୁ କଲ ଆସିଥିଲା। ସେ କଲ ପାଇବା ମାତ୍ରେ କଲ କରୁଥିବା ବ୍ୟକ୍ତି ତାଙ୍କୁ ଦୁର୍ବ୍ୟବହାର କରି ଧମକ ଦେଇଥିଲେ। ଦୁଇ ଦିନ ମଧ୍ୟରେ ୫୦ ଲକ୍ଷ ଟଙ୍କା ନ ଦେଲେ ତୁମକୁ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି।ଭୋଜପୁରୀ ସିନେମାର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅକ୍ଷରା ସିଂ ଅନ୍ୟତମ।