ଆମେରିକା କ୍ୟାବିନେଟ୍ ପାଇଁ ଟ୍ରମ୍ପଙ୍କ ପସନ୍ଦ ଭିଭିଆଇପି । ଆମେରିକା ସରକାରରେ ସାମିଲ ହେଲେ ଟେସ୍ଲାର ସିଇଓ ଏଲନ ମସ୍କ । ସେହିପରି ବିବେକ ରାମାସ୍ୱାମୀଙ୍କୁ ମଧ୍ୟ ବଡ଼ ଦାୟିତ୍ୱ ଦିଆଯାଇଛି। ଏଲନ ମସ୍କ ଓ ରାମାସ୍ୱାମୀଙ୍କୁ ଡିପାର୍ଟମେଣ୍ଟ୍ ଅଫ୍ ଗଭର୍ଣ୍ଣମେଣ୍ଟ୍ ଏଫିସେନ୍ସି (ଡିଓଜିଇ) ବିଭାଗର ନେତୃତ୍ୱ ନେବେ। ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଟ୍ରମ୍ପ । ଆସନ୍ତା ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଏହା ପୂର୍ବରୁ ଟ୍ରମ୍ପ ନିଜର ଟିମ୍ ଗଠନରେ ଲାଗି ପଡ଼ିଛନ୍ତି।ଏପଟେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବରିଷ୍ଠ ସିନେଟର ମାର୍କୋ ରୁବିଓଙ୍କୁ ବୈଦେଶିକ ସଚିବ (ବିଦେଶ ମନ୍ତ୍ରୀ) ପଦ ପାଇଁ ମନୋନୀତ କରିଛନ୍ତି।