ଓଡ଼ିଶାର ୩ ପୋଲିସ ଇନ୍ସପେକ୍ଟରଙ୍କୁ ଗୃହମନ୍ତ୍ରୀ ଦକ୍ଷତା ପଦକ

ଭୁବନେଶ୍ୱର(ରାଜ୍ୟକାହାଣୀ) କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପୁରସ୍କାର ଘୋଷଣା ହୋଇଛି। ଏହି କ୍ରମରେ ଓଡ଼ିଶାର ୩ ପୁଲିସ ଇନସ୍ପେକ୍ଟରଙ୍କୁ ଏହି ପଦକ ମିଳିବ। ସେମାନେ ହେଲେ ଗଜପତି ଜିଲ୍ଲାରୁ ସବ୍ୟସାଚୀ ମଲ୍ଲ, ଗଞ୍ଜାମ ଜିଲ୍ଲାରୁ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଓ ମାଲକାନଗିରି ଜିଲ୍ଲାର ରିଙ୍ଗନ କିଣ୍ଡୋ। ଏନେଇ ପୁଲିସ ଡିଜି ୱାଇ.ବି ଖୁରାନିଆ ସୂଚନା ଦେବା ସହ ଟ୍ୱିଟ୍ କରି ସମ୍ପୃକ୍ତ ୩ ପୁଲିସ ଇନସ୍ପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅପରାଧ ମାମଲାର ତଦନ୍ତରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ଦିଆଯିବ।

Leave A Reply

Your email address will not be published.

13 + sixteen =