କୁକୁର ଖୋଜିଲେ ମିଳିବ ୫୦ ହଜାର

ଉତ୍ତର ପ୍ରଦେଶର ଆଗ୍ରାରେ ଏକ କୁକୁର ନିଖୋଜ ହେବା ଖବର ଚର୍ଚ୍ଚାର ବିଷୟ ହୋଇଛି । ଖାସ୍ କଥା ହେଉଛି, ନିଖୋଜ କୁକୁରକୁ ଖୋଜି ଆଣିଲେ ୫୦ ହଜାର ଟଙ୍କା ନଗଦ ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି । ଘଟଣାଟି କିଛି ଏମିତି ଆଗ୍ରା ବୁଲିବାକୁ ଆସିଥିବା ଦମ୍ପତିଙ୍କ ପୋଷା କୁକୁରଟି ୫ ଷ୍ଟାର୍ ହୋଟେଲରୁ ଅଚାନକ କୁଆଡ଼େ ଗାଏବ୍ ହୋଇଗଲା । ଅନେକ ଖୋଜାଖୋଜି ପରେ ମଧ୍ୟ କୁକୁର ନ ମିଳିବାରୁ ହୋଟେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଉକ୍ତ ଦମ୍ପତି । କୁକୁରକୁ ଖୋଜିବା ପାଇଁ ଆଗ୍ରାର ଗଳିକନ୍ଦିରେ ଲାଗିଲା ପୋଷ୍ଟର୍ । ପ୍ରଥମେ ପୁରସ୍କାର ରାଶି ୧୦,୦୦୦ ଟଙ୍କା ଥିଲା କିନ୍ତୁ ଏବେ ଏହାକୁ ବଢାଇ ୫୦ ହଜାର ଟଙ୍କା କରାଯାଇଛି । ପୋଷା କୁକୁରକୁ ଦମ୍ପତି ନିଜ ପୁଅ ଭଳି ପାଳି ଆସୁଥିଲେ । ନିଖୋଜ ହେବା ପରେ ସ୍ୱାମୀ,ସ୍ତ୍ରୀ କୁକୁରକୁ ନେଇ ଚିନ୍ତାରେ ଅଛନ୍ତି । ସୂଚନାମୁତାବକ ନଭେମ୍ବର ୩ ତାରିଖ ସକାଳେ ଦମ୍ପତି ତାଙ୍କର ଗୋଟିଏ କୁକୁର ଗ୍ରେ ହାଉଣ୍ଡକୁ ହୋଟେଲର ପେଟ୍ ସିଟିଙ୍ଗ ସେବାକୁ ହସ୍ତାନ୍ତର କରି ଫତେପୁର ସିକ୍ରି ବୁଲିବାକୁ ଚାଲିଯାଇଥିଲେ ।

ଯେତେବେଳେ ସେମାନେ ଫେରିଥିଲେ, ସେମାନଙ୍କୁ ଏକ ଆଶ୍ଚର୍ଯ୍ୟଜନକ ଖବର ମିଳିଥିଲା । ସେମାନେ ଜାଣିବାକୁ ପାଇଥିଲେ କି, ତାଙ୍କ କୁକୁର କେଉଁଆଡ଼େ ଗାଏବ ହୋଇଯାଇଛି । ହୋଟେଲ ଏବଂ ଆଖପାଖ ଅଞ୍ଚଳରେ ସେମାନେ କୁକୁରକୁ ବହୁତ ଖୋଜାଖୋଜି କରିଥିଲେ । ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରିଥିଲେ, ତଥାପି କିଛି ସନ୍ଧାନ ମିଳି ନ ଥିଲା ।

Leave A Reply

Your email address will not be published.

14 + 9 =