ଟାଟୁ କରି ଏଚ୍ଆଇଭି ସଂକ୍ରମଣ ହେଲେ ଗର୍ଭବତୀ ମହିଳା 

ଭୁବନେଶ୍ୱର(ରାଜ୍ୟକାହାଣୀ)ଟାଟୁ କରି ଏଚଆଇଭି ସଂକ୍ରମଣର ଶିକାର ହୋଇଛନ୍ତି ୬୮ ମହିଳା । ଗାଜିଆବାଦରେ ୬୮ ମହିଳା ଏଚଆଇଭି ସଂକ୍ରମିତ ହେବା ଖବର ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗରେ ଚାଞ୍ଚଲ୍ୟ ଖେଳିଯାଇଛି । ସଂକ୍ରମିତ ମହିଳାଙ୍କ ମଧ୍ୟରେ ଗର୍ଭବତୀ ଥିବା ଜଣାପଡିଛି । ଏହି ମହିଳାଙ୍କୁ ସଂକ୍ରମଣର କାରଣ ଟାଟୁ କରିବା ବୋଲି ଜଣାପଡିଛି ।ଯାଞ୍ଚରୁ ପତ୍ତା ଲାଗିଛି କି, ୪ ବର୍ଷରେ ୬୮ ମହିଳା ଏଚଆଇଭି ସଂକ୍ରମଣ ହୋଇଛନ୍ତି । ଏଥିରୁ ୨୦ ଜଣ ମହିଳା ରାସ୍ତା କଡରେ ଥିବା କୌଣସି ପାଲର୍ରରେ ଟାଟୁ କରିଥିଲେ । ଏଚଆଇଭି କାଉନସିଲିଂ ସମୟରେ ଜଣାପଡିଲା କି, ସଂକ୍ରମିତ ମହିଳା ଅସୁରକ୍ଷିତ ଭାବେ ଟାଟୁ କରିବା ଦ୍ବାରା ସଂକ୍ରମଣ ମାମଲା ବଢିଛି । ଏବେ ଏମାନେ ସମସ୍ତେ ଏଡସ ସଂକ୍ରମିତ ରହିଛନ୍ତି ।ବିନା ଲାଇସେନ୍ସପ୍ରାପ୍ତ ଲୋକଙ୍କ ଠାରୁ ଟାଟୁ କରିବା ବେଳେ ଗୋଟିଏ ଛୁଞ୍ଚିକୁ ବାରମ୍ବାର ଅନେକ ଲୋକଙ୍କ ଟାଟୁ କରିବା ପାଇଁ ବ୍ୟବହାର କରନ୍ତି । ଗୋଟିଏ ଛୁଞ୍ଚିକୁ ବାରମ୍ବାର ବ୍ୟବହାର କରିବା ଯୋଗୁଁ ବ୍ଲଡ ଟ୍ରାନ୍ସଫୁଜନ ହୋଇଥାଏ । ଫଳରେ ଏଚଆଇଭି କିମ୍ବା ହେପାଟାଇଟିସ ଭଳି ସଂକ୍ରମଣ ହୋଇଥାଏ ।

Leave A Reply

Your email address will not be published.

17 − eleven =