କଟକ ବାଲିଯାତ୍ରା ୨୦୨୪: ସୁରକ୍ଷାରେ ରହିବେ ୭୦ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର(ରାଜ୍ୟକାହାଣୀ)  ଆଉ ଦିନ କେଇଟା ପରେ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ସେଥିପାଇଁ ସବୁ ସ୍ତରରେ ପ୍ରସ୍ତୁତି ଜୋରଦାର କରାଯାଇଛି । ବାଲିଯାତ୍ରା ସମୟରେ ଅନବରତ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ୧୦ଟି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ସେପଟେ ବାଲିଯାତ୍ରାରେ ପ୍ରତ୍ୟେକ ଦିନ ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ସମାଗମ ହେବ ତେଣୁ ଲୋକଙ୍କ ସୁରକ୍ଷା ପାଇଁ ମୁତୟନ ହେବ ୭୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ । ସେହିଭଳି ଉଭୟ ତଳ ଓ ଉପର ପଡିଆରେ କୋଡ଼ିଏଟି ଏଡ୍ ପୋଷ୍ଟ ସହ ରହିବ ୱାଚ ଟାୱାର । ଚଳିତ ବାଲିଯାତ୍ରାକୁ ବେଶ୍ ଆକର୍ଷଣୀୟ କରିବା ପାଇଁ ବହୁତ ଯୋଜନା କରିଛି ଜିଲ୍ଲା ପ୍ରଶାସନ । ଏଥର ବାଲିଯାତ୍ରାକୁ ଯିଏ ଆସିବ ୫ଶହ ଡ୍ରୋନ୍‌ରେ ସୋ’ ଦେଖି ପାରିବ । ମହାନଦୀରେ ଲେଜର ସୋ’ ଉପଭୋଗ କରିପାରିବ ଏଥିସହ କଟକ ଇନ୍ କଟକରେ ହେବାକୁ ଯାଉଥିବା ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସିନେମାକୁ ନେଇ ସୋ’ ଦେଖି ପାରିବେ । ଚଳିତ ବର୍ଷ ବାଲିଯାତ୍ରା ଓରମାସ୍‌ରେ ଅଧିକ ଷ୍ଟଲ କରାଯିବା ସହ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କ ପସରା ଜମିବ । ତେବେ ଚଳିତବର୍ଷ କଟକ ଐତିହାସିକ ବାଲିଯାତ୍ରାରେ ୧୨ଟି ଦେଶର ରାଷ୍ଟ୍ରଦୂତ ଅତିଥିଭାବେ ଯୋଗଦେବେ । ଆଗକୁ ଆହୁରି ଦେଶର ରାଷ୍ଟ୍ର ଦୂତ ଯୋଗ ଦେବାର ସମ୍ଭାବନା ରହିଛି ।  ଏହାସହ ୭ ଦେଶର ସାଂସ୍କୃତିକ ଗ୍ରୁପ୍ ସାମିଲ ହେବା ପାଇଁ ସହମତି ପ୍ରକାଶ କରିଛନ୍ତି । ଆନ୍ତଃ ରାଷ୍ଟ୍ରୀୟ ସ୍ଥରରେ ବାଲିଯାତ୍ରାକୁ ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରଚେଷ୍ଟା କରାଯାଇଛି ।

Leave A Reply

Your email address will not be published.

5 − four =