ଜଙ୍ଗଲ ଗଲା ଯମୁନା, ଏବେ ଗତିିବିଧି ଉପରେ ନଜର

ଭୁବନେଶ୍ୱର(ରାଜ୍ୟକାହାଣୀ)  ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏନ୍‌କ୍ଲୋଜରରେ ଥିବା ବାଘୁଣୀ ‘ଯମୁନା’କୁ ଶନିବାର ବନ ବିଭାଗ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟର କୋର ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଛି। ଯମୁନା ଉପରେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ନଜର ରଖିବେ ବୋଲି ଶିମିଳିପାଳ ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ସୂଚନା ନେଇଛନ୍ତି।ରେଡ଼ିଓ କଲର୍ ମାଧ୍ୟମରେ ତାର ଗତିବିଧି ଉପରେ ନଜର ରଖାଯିବ ।  ଶିମିଳିପାଳ ବାଘମାନଙ୍କ ସହ ଯମୁନା କିପରି ମିଳାମିଶା କରିବ ତା ଉପରେ ମଧ୍ୟ ନଜର ରଖିଛି ଶିମିଳିପାଳ କର୍ତ୍ତୃପକ୍ଷ ।  ଖୁବ୍ ଶୀଘ୍ର ଆଉ ଏକ ବାଘୁଣୀ ମହାରାଷ୍ଟ୍ରରୁ ଅଣାଯିବ।  ସେ ନେଇ ସ୍ଵତନ୍ତ୍ର ଟିମ୍ ଏବେ ମହାରାଷ୍ଟ୍ର ତଡବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଛନ୍ତି ।ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଏକ ମହାବଳ ବାଘୁଣୀ ଯମୁନାକୁ ଗତ ୨୭ ତାରିଖରେ ଶିମିଳିପାଳ ଅଣାଯାଇଥିଲା। ବନ ବିଭାଗର ତାମିଲପ୍ରାପ୍ତ ଏକ ଟିମ୍‌ ମହାରାଷ୍ଟ୍ର ଗସ୍ତକରି ୨ବର୍ଷ ୭ମାସର ଏହି ବାଘୁଣୀକୁ ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ଦୀର୍ଘ ୯୦୦ କି.ମି. ଅତିକ୍ରମ କରି ଆଣିଥିଲେ।

Leave A Reply

Your email address will not be published.

15 − 1 =