ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ପ୍ଲାଷ୍ଟିକ୍‌ ମନା

ଭୁବନେଶ୍ୱର(ରାଜ୍ୟକାହାଣୀ)ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ଅଣବିଘଟନ ପ୍ଲାଷ୍ଟିକ୍‌କୁ ବାରଣ କରାଯାଇଛି। ଛାତ୍ରୀଛାତ୍ର କିଭଳି ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବେ ସେନେଇ ସଚେତନ କରାଯିବ। କଲେଜ କ୍ୟାଣ୍ଟିନ, ହଷ୍ଟେଲକୁ ଏକକ ବ୍ୟବହାର ପ୍ଲାଷ୍ଟିକ ଆସିବନି।ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ଉନ୍ନତ ଭାରତ ଅଭିଯାନରେ ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନ ଗୋଟିଏ ଲେଖାଏଁ ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବେ ।  ଏନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏ ନେଇ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି ।

Leave A Reply

Your email address will not be published.

ten − six =