କାଉନସିଲରଙ୍କ ଘରୁ ୪ ମାସର ଶିଶୁପୁତ୍ର ଉଦ୍ଧାର, ଲୁଚାଇ ରଖିଥିଲେ ତୁଳସୀ

ଭୁବନେଶ୍ୱର(ରାଜ୍ୟକାହାଣୀ) ବାଲେଶ୍ଵର ଜିଲା ରେମୁଣାର ଜଣେ ବିଜେଡି କାଉନସିଲରଙ୍କ ଘରୁ ୪ ମାସର ଶିଶୁପୁତ୍ର ଉଦ୍ଧାର ହୋଇଛି। କାଉନସିଲରଙ୍କ ତୁଳସୀ ଉକ୍ତ ଶିଶୁପୁତ୍ରକୁ ଘରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଥିଲା। CWC ଅଧିକାରୀ ଓ ପୁଲିସ୍‌ ବିଜେଡି କାଉନ୍‌ସିଲରଙ୍କ ଘରେ ଚଢ଼ଉ କରି ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି।

ରେମୁଣା ଏନ୍‌ଏସି ୧୧ ନମ୍ୱର ୱାର୍ଡର ବିଜେଡି କାଉନ୍‌ସିଲର ହେଉଛନ୍ତି ପାନମଣୀ ମୁର୍ମୁ। ତାଙ୍କ ଘରେ ତାଙ୍କ ତୁଳସୀ ରହୁଛନ୍ତି। ଅଭିଯୋଗ ଅନୁସାରେ ସିଏ ତାଙ୍କ ଘରେ ୪ ମାସର ଶିଶୁ ପୁତ୍ରକୁ କେଉଁଠୁ ଆଣି ରଖିଥିଲେ। ଏପରିକି ଶିଶୁ ପୁତ୍ରକୁ ଜଗିବା ପାଇଁ ୧୦ ବର୍ଷର ଝିଅଟିଏ ଘରେ ରଖିଥିବା ଅଭିଯୋଗ ହୋଇଥିଲା। ଏନେଇ ବାଲେଶ୍ୱର ଜିଲ୍ଲାପାଳଙ୍କଠାରେ ଲିଖିତ ଅଭିଯୋଗ ହୋଇଥିଲା। ଧରା ପଡିବା ପରେ  ପୋଷ୍ୟ ସନ୍ତାନ ପାଇଁ ଆବଶ୍ୟକ ହେଉଥିବା କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ତେଣୁ CWC ଅଧିକାରୀ ଶିଶୁ ପୁତ୍ରକୁ ଉଦ୍ଧାର କରି ନିଜ ହେପାଜତରେ ରଖିଛି।

Leave A Reply

Your email address will not be published.

ten − 8 =