ଭୁବନେଶ୍ୱର(ରାଜ୍ୟକାହାଣୀ) ସତ୍ୟନଗର ଶ୍ମଶାନରୁ ପୁଲିସ ଶନିବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି। ମୃତା ମହିଳା ହେଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ସ୍ତ୍ରୀ।ମୃତ ମହିଳାଙ୍କ ସମ୍ପର୍କୀୟ ଜାଣିବା ପରେ ପୋଲିସକୁ ନେଇ ଶ୍ମଶାନକୁ ଆସିଥିଲେ । ଶ୍ମଶାନରୁ ଅଧାପୋଡା ମୃତଦେହ ଜବତ କରିଛି ପୋଲିସ । ପୋଷ୍ଟମର୍ଟମ ନକରି ଶବଦାହ କରାଇବା ଅଭିଯୋଗରେ ଜବତ ହୋଇଛି । ସମ୍ପତ୍ତି ପାଇଁ ବୋହୁ ଶାଶୂଙ୍କ ମାରି ଦେଇଥିବା ଅଭିଯୋଗ ହେଇଥିବା ବେଳେ , ବୋହୁଙ୍କ ଅଭିଯୋଗ ଆମ ସମ୍ପର୍କୀୟ ସମ୍ପତ୍ତି ପାଇଁ ମିଛ କହିଛନ୍ତି । ଘରେ ଶାଶୂଙ୍କ ସମ୍ପର୍କୀୟ ଲୋକ ଅନେକ ବର୍ଷ ଧରି ମତେ ନିର୍ୟାତନା ଦେଇ ଆସୁଥିବା ଅଭିଯୋଗ କରିଥିବା ହେତୁ ସିଏ କାହାକୁ କିଛି ନକହି ଶେଷକୃତ୍ୟ କରୁଥିବା କହିଛନ୍ତି । ଅନ୍ୟପଟେ ବୋହୁ ଶାଶୂଙ୍କୁ ନିର୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ସାନ ଭଉଣି । ଘଟଣା ସ୍ଥଳରେ ଖାରବେଳନଗର ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।