ଭୁବନେଶ୍ୱର(ରାଜ୍ୟକାହାଣୀ)ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଶହଶହ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଡକରବାଡ଼ି ଗ୍ରାମରେ। ପ୍ରକାଶ ଯେ, ସିମନବାଡ଼ି ପଞ୍ଚାୟତଠାରୁ ମାତ୍ର ୩ କିଲୋମିଟର ଦୂରତାରେ ରହିଛି। ଏହି ଗ୍ରାମ ସେଠାରେ ଶତାଧିକ ପରିବାର ଅନୁସୂଚିତ ଜନଜାତି ଏବଂ ସାଧାରଣବର୍ଗର ଜନସାଧାରଣ ସେମାନଙ୍କ ପାଇଁ ରୋଜଗାର କହିଲେ ଏକମାତ୍ର ଚାଷ ତଥା ହଳଦୀ, ସୋରିଷ, କାନ୍ଦୁଲ, ତିଳା ଆଦି। ତେବେ ଚାଷ ପାଇଁ କୌଣସି ଜଳସେଚନର ବ୍ୟବସ୍ଥା ନ ଥିବା ବେଳେ ଗାଁକୁ ସବୁଦିନିଆ ଭଲ ରାସ୍ତାଟିଏ ମଧ୍ୟ ନାହିଁ। ଗାଁକୁ ଯିବାକୁ ୨ଟି ନଦୀ ଓ ନାଳ ରହିଛି। କିନ୍ତୁ ପକ୍କା ରାସ୍ତା ନ ଥିବାରୁ ସେହିଗ୍ରାମକୁ କୌଣସି ଆମ୍ବୁଲାନ୍ସ ଯିବା ମଧ୍ୟ ମୁସ୍କିଲ ବର୍ଷାଦିନ ଆସିଲେ ଅଞ୍ଚଳ ବାସୀ ୩ କିମି ଏହି କଚ୍ଚା ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଉଛି। ଅଧିକ ଖର୍ଚ୍ଚାନ୍ତରେ ଅନ୍ୟ ରାସ୍ତାରେ ବୁଲିକି ପ୍ରାୟ ୮ କିଲୋମିଟର ଯିବାକୁ ପଡୁଛି। ଫଳରେ ପିଡିଏସ୍ ଚାଉଳ ହେଉ କି ସରକାରୀ ଓ ବେସରକାରୀ କାର୍ଯ୍ୟ ପାଇଁ ସେମାନେ ସିମନବାଡ଼ି, ଦାରିଙ୍ଗବାଡ଼ି କିମ୍ବା ଫୁଲବାଣୀ ଯିବାକୁ ଗାଁରୁ ବାହାରିଲେ ସେହି ୩ କିମି କଚ୍ଚା ରାସ୍ତାରେ ଯାତାୟାତ କରୁଛନ୍ତି। ଗାଁକୁ ଆମ୍ବୁଲାନ୍ସ କିମ୍ବା ଜରୁରୀକାଳିନ ପରିସ୍ଥିତିରେ ଦମକଳ ହେଉ କି ଅନ୍ୟ କିଛି ଗାଡ଼ି ୮ କିଲୋମିଟର ବୁଲିବୁଲି ସେଠାକୁ ଯିବାକୁ ପଡୁଛି। ଗ୍ରାମବାସୀ ମାନେ ଏହି ୩ କିଲୋମିଟର ରାସ୍ତା ସମ୍ପ୍ରସାରଣ ପାଇଁ ପଞ୍ଚାୟତ ଅଧିକାରୀଙ୍କଠାରୁ ଆରମ୍ଭ କରି ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ କରିଛନ୍ତି। ସେହିପରି ବିଧାୟକ, ଏମ୍ପିଙ୍କୁ ମଧ୍ୟ ବହୁବାର ଜଣାଇଥିଲେ ମଧ୍ୟ ଫଳ ଶୂନ। ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଗାନ୍ଧୀ ସୁରକ୍ଷା କମିଟି ପକ୍ଷରୁ ଗାଁ ରାସ୍ତା ମରାମତି କରାଯାଇଛି। ରାସ୍ତାକଡ଼ରେ ଥିବା ଲତାବୁଦାକୁ କଟାଯିବା ସହ ଖାଲଢିପକୁ ସମତଳ ପାଇଁ ମାଟି ଖୋଳି ପକାଯାଇ ଗାତକୁ ପୋତା ଯାଇଛି।