ଭୁବନେଶ୍ୱର(ରାଜ୍ୟକାହାଣୀ)ଗତକାଲି ସଂଧ୍ୟାରେ କେନ୍ଦୁଝର ଜିଲ୍ଲା କେଶଦୁରାପାଳ ମହିଳା ରାଜସ୍ବ ନିରୀକ୍ଷକଙ୍କୁ ରେକର୍ଡ ପତ୍ର ଧରି ତହସିଲ କାର୍ଯ୍ୟାଳୟକୁ ଆସିବାକୁ ତହସିଲଦାର କହିଥିଲେ । ହେଲେ ରାଜସ୍ବ ନିରୀକ୍ଷକ ଜଣକ ଅମଙ୍ଗ ହେବାରୁ ତହସିଲଦାର ତାଙ୍କୁ ଫୋନ୍ ଯୋଗେ ଗାଳିଗୁଲଜ କରିବା ସହିତ ଚାକିରି ନେଇଯିବାର ଧମକ ଦେଇଥିଲେ । ଏଥିରେ ମହିଳା ରାଜସ୍ବ ନିରୀକ୍ଷକ ଜଣକ ଚେତାଶୂନ୍ୟ ହୋଇ ଯାଇଥିଲେ । ପରିବାର ଲୋକେ ତାଙ୍କୁ ଆଣି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହଁ । ପୀଡିତାଙ୍କ ସହ ଦୀର୍ଘ ୪ ମାସ ହେବ ତହସିଲଦାର ଜଣକ ଏଭଳି ବ୍ୟବହାର କରୁଥିବା ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ସ୍ୱାମୀ ।