ଭୁବନେଶ୍ୱର(ରାଜ୍ୟକାହାଣୀ) ସରିଲା ଛଠ୍ ପୂଜା । ଭୋରୁ ଉଦୟଗାମୀ ସୂର୍ଯ୍ୟଙ୍କୁ ପୂଜା କରି ବ୍ରତ ସମାପନ କରିଲେ ବିହାର ସମ୍ପ୍ରଦାୟର ଲୋକମାନେ। ଦୀର୍ଘ ୪ ଦିନ ଧରି ବ୍ରତ ପାଳାନ କରିଥିଲେ ଶ୍ରଦ୍ଧାଳୁ । ମନସ୍କାମନା ପୂର୍ଣ୍ଣ ହୋଇଥିବା ହଜାର ହଜାର ଭକ୍ତ ମାନେ ସୂର୍ଯ୍ୟ ଦେବଙ୍କୁ କରିଲେ ପୁଜା। ପ୍ରକୃତି ରୁ ମିଳୁଥିବା ସମସ୍ତ ଫଳ ମୂଳ ଦେଇ ମାତା ଛଟିଙ୍କ ପୂଜା କରାଯାଇଥାଏ । ଆଜି ଅନ୍ତିମ ଦିନରେ ଉଦୟଗାମୀ ସୂର୍ଯ୍ୟଙ୍କୁ ଅର୍ଘୀୟ ଦେଇ ପୂଜା ସମ୍ପନ୍ନ କରୁଛନ୍ତି ବ୍ରତଧାରୀ । ତେବେ ବିଶ୍ୱାସ ରହିଛି ମାତା ଛଟିଙ୍କୁ ଯାହା ମାଗିଲେ ତାହା ପୂର୍ଣ୍ଣ ହୋଇଥାଏ । ଓଡ଼ିଶାରେ ମଧ୍ୟ ଅନେକ ବିହାରୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବା ବେଳେ ଛଟ୍ ପୂଜାକୁ ଧୁମଧାମରେ ପାଳନ କରୁଥିବା ଦେଖିବାକୁ ମିଳିଛି । କୁଆଖାଇ ଓ ମହାନଦୀ ପଠାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସକାଳୁ ସକାଳୁ ବୁଡ଼ ପକାଇବା ସହ ସୂର୍ଯ୍ୟଦେବଙ୍କୁ ଆରାଧନା କରୁଥିବା ଦେଖିବାକୁ ମିଳିଛି । ପୂଜା ଆରମ୍ଭରୁ ଶେଷ ଯାଏ ବିନା ପିଆଜ ରସୁଣରେ ଖାଦ୍ୟ ପ୍ରସ୍ତୁତ ହୁଏ । ଦ୍ୱିତୀୟ ଦିନରେ କ୍ଷୀର, ଗୁଡ଼ ଓ ଅରୁଆ ଚାଉଳରେ ଖିରି ପ୍ରସ୍ତୁତ କରି ପୂଜା କରାଯାଏ । ସେବେଠାରୁ ଉପବାସ ଆରମ୍ଭ ହୁଏ । ପରିବାରର ମହିଳା, ପୁରୁଷ ସମସ୍ତେ ଏହି ଉପବାସ କରନ୍ତି ।