ପିଲାଙ୍କୁ ସୋସିଆଲ ମିଡିଆ ମନା ; ଫେସବୁକ ଏବଂ ଇନଷ୍ଟାଗ୍ରାମ

୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ନିଷିଦ୍ଧ କରିବାକୁ ପଦକ୍ଷେପ ନେଇଛନ୍ତି  ଅଷ୍ଟ୍ରେଲିଆ ପ୍ରଶାସନ । ଫେସବୁକ, ଟିକଟିକ୍ ଏବଂ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମ ବ୍ୟବହାର କରିପାରିବେନି ୧୬ ବର୍ଷରୁ କମ୍ ବୟସର ପିଲା । ଆଉ ଯଦି ବ୍ୟବହାର କରନ୍ତି ତେବେ ଜରିମାନା ଦେବାକୁ ପଡିବ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନାନ୍ କହିଛନ୍ତି । ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନାନ୍ ଗୁରୁବାର କହିଛନ୍ତି ଯେ ୧୬ ବର୍ଷରୁ କମ୍ ପିଲାଙ୍କୁ ସୋସିଆଲ ମିଡିଆରୁ ନିଷିଦ୍ଧ କରିବା ପାଇଁ ଅଷ୍ଟ୍ରେଲିଆ ନୂଆ ଆଇନ ପ୍ରଣୟନ କରିବ । ଫେସବୁକ୍, ଟିକ୍ଟକ୍ ଏବଂ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମ ବୟସ ନିଷେଧାଦେଶ ଲାଗୁ କରିବାକୁ ସେମାନଙ୍କୁ ପଡିବ ଏବଂ ଏଥିରେ ବିଫଳ ହେଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ଆଲବାନିସ୍ କହିଛନ୍ତି ।

Leave A Reply

Your email address will not be published.

sixteen + eight =