ଗ୍ରାହକଙ୍କ ପାଇଁ ଖୁସି ଖବର । ପୁଣି ଖସିଲା ସୁନା ଦାମ୍‌ ।

ଭୁବନେଶ୍ୱର(ରାଜ୍ୟକାହାଣୀ)  ଆମେରିକା ନିର୍ବାଚନ ଫଳାଫଳ ଆସିବା ପରେ ଗୁରୁବାର ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱର ବଜାରରେ ସୁନା ମୂଲ୍ୟରେ ୧୫୦୦ ଟଙ୍କା ହ୍ରାସ ପାଇଛି। ପୂର୍ବରୁ ଭୁବନେଶ୍ବରରେ ୨୨ କ୍ୟାରେଟ ଦର ୭୩, ୮୦୦ ଥିଲା ବେଳେ ଗୁରୁବାର ୧୦ ଗ୍ରାମ୍‌କୁ ଦର ୭୨, ୩୦୦ ଟଙ୍କା ହୋଇଛି।୨୨ କ୍ୟାରେଟ୍‌ ଦାମ୍‌ ବେଙ୍ଗାଲୁରୁରେ ୭୨,୦୫୦ ଟଙ୍କା ଓ ୨୪ କ୍ୟାରେଟ୍‌ ଦାମ୍‌ ୭୮,୬୧୦ଟଙ୍କା ।ଚେନ୍ନାଇରେ ୨୨ କ୍ୟାରେଟ୍‌ ଦାମ୍‌ ୭୨,୧୫୦ ଟଙ୍କା ଓ ୨୪ କ୍ୟାରେଟ୍‌ ଦାମ୍‌ ୭୮,୭୧୦ ଟଙ୍କା । ଦିଲ୍ଲୀରେ ୨୨ କ୍ୟାରେଟ୍‌ ଦାମ୍‌ ୭୨,୧୫୦ ଟଙ୍କା ଓ ୨୪ କ୍ୟାରେଟ୍‌ ଦାମ୍‌ ୭୮,୭୧୦ । ମୁମ୍ବାଇରେ ୨୨ କ୍ୟାରେଟ୍‌ ଦାମ୍‌ ୭୨,୦୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ଦାମ୍‌ ୭୮,୫୬୦ ଟଙ୍କା ।ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩, ହଜାର ୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୮୦ ହଜାର ୩୫୦ ଟଙ୍କା ରହିଥିଲା ।  ଟ୍ରମ୍ପ ବିଜୟୀ ହେବା ପରେ ଆମେରୀୟ ଡଲାର ଅଧିକ ଶକ୍ତିଶାଳୀ ହୋଇଛି। ଫଳରେ ସୁନା ମୂଲ୍ୟ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଆମେରିକାର ଫେଡେରେଲ ରିଜର୍ଭ ନୀତି ଉପରେ ସମସ୍ତଙ୍କର ଦୃଷ୍ଟି ରହିବ।

Leave A Reply

Your email address will not be published.

20 − 6 =