ମିଥୁନଙ୍କ ନାଁରେ ଏତଲା; କଣ ରହିଛି ମାମଲା 

ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କର ଅଡ଼ୁଆ ବଢ଼ିଛି। ଗତ ମାସ ୨୭ ତାରିଖରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରେ ଭାଜପାର ଏକ ସଦସ୍ୟତା ଗ୍ରହଣ ଅଭିଯାନରେ ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗରେ ବୁଧବାର ତାଙ୍କ ବିରୋଧରେ ବିଧାନନଗର ଦକ୍ଷିଣ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ହୋଇଛି ଯେ, ଫିଲ୍ମର ସଂଳାପ ଆଇନ ଶୃଙ୍ଖଳା ଉପରେ ପ୍ରଭାବ ପକାଇଥିବା ଭଳି ମନ୍ତବ୍ୟ ଦିଆଯାଇଛି । ୨୭ ଅକ୍ଟୋବରରେ ଯେତେବେଳେ ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତରେ ଥିଲେ, ସେତେବେଳେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଷ୍ଟେଜରେ ମିଥୁନ ଏକ ସମ୍ପ୍ରଦାୟକୁ ଲକ୍ଷ୍ୟ କରି କହିଥିଲେ, ଯଦି ତୁମେ ଡାଳରୁ  ଗୋଟେ ଫଳ ତୋଳିବ ତାହାଲେ ଆମେ ଚାରିଟା ତୋଳିବୁ, ବାସ ଏତିକି କଥାରେ ବିବାଦ ବଡ ରୂପ ନେଇଛି । ଆଉ ତାଙ୍କ ବିରୁଦ୍ଧରେ ଏଫଆଇଆର କରାଯାଇଛି ।ସ୍ଥାନୀୟ ବିଧାୟକ ହୁମାୟୁନ କବିରଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ପ୍ରତିଶୋଧ ପରାୟଣ ଭାବନା ସହ ମିଥୁନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ନେଇ ପଶ୍ଚିମବଙ୍ଗ ରାଜ୍ୟ ଭାଜପା ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି। ରାଜ୍ୟ ସରକାର ବାରମ୍ବାର ପୋଲିସକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ସେ କହିଛନ୍ତି।

Leave A Reply

Your email address will not be published.

twenty − 11 =