ଆନ୍ଧ୍ରର ଜ୍ବାଇଁ ହେଲେ ଆମେରିକା ଉପରାଷ୍ଟ୍ରପତି

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି। ଫଳାଫଳ ଘୋଷଣା ହେବା ପରେ ବିଜୟୀ ହୋଇଛନ୍ତି ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେହିପରି ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଜେ.ଡି. ଭାନ୍ସ ମଧ୍ୟ ବିଜୟୀ ହୋଇଛନ୍ତି। ଗତ ଥରର ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଉପରାଷ୍ଟ୍ରପତି ହୋଇଥିବାବେଳେ ଚଳିତଥର ଉପରାଷ୍ଟ୍ରପତି ହୋଇଥିବା ଜେ.ଡି. ଭାନ୍ସଙ୍କର ବି ଭାରତ ସହିତ ବଡ଼ ସମ୍ପର୍କ ରହିଛି। ସେ ଭାରତୀୟ ବଂଶୋଦ୍ଭବ ଉଷା ଭେନ୍ସଙ୍କୁ ବିବାହ କରିଛନ୍ତି । ଜେଡି ଉପରାଷ୍ଟ୍ରପତି ପଦର ଶପଥ ନେବା ସହ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଉଷା ଆମେରିକାର ସେକେଣ୍ଡ ଲେଡି ହେବେ ।

ଭାନ୍ସଙ୍କ ସ୍ତ୍ରୀ ଉଷା ଭାନ୍ସ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଝିଅ। ତାଙ୍କର ପ୍ରକୃତ ନାମ ହେଉଛି ଉଷା ଚିଲୁକୁଡି ଭାନ୍ସ। ଆନ୍ଧ୍ରର ନିଡାଡାଭୋଲୁ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡଲୁରୁ ଗ୍ରାମର ପୂର୍ବ ବାସିନ୍ଦା ହେଉଛନ୍ତି ଉଷା। ଉଷାଙ୍କ ସ୍ଵାମୀ ଜେ.ଡି. ଭାନ୍ସ ବିଜୟୀ ହେବା ପରେ ଏହି ଗାଁରେ ଖେଳିଯାଇଛି ଖୁସିର ଲହରୀ।୨୦୧୪ ମସିହାରେ ୟେଲରୁ ଗ୍ରାଜୁଏଟ୍ ହେବାର ଗୋଟିଏ ବର୍ଷ ପରେ ଜେଡି ଭେନ୍ସଙ୍କୁ ବିବାହ କରିଥିଲେ । ହିନ୍ଦୁ ରୀତିନୀତିରେ ବିବାହ ହୋଇଥିଲା । ବିବାହ ସମସ୍ତ ପୂଜା ବିଧି ହିନ୍ଦୁ ପୂଜାରୀଙ୍କ ଦ୍ୱାରା ହୋଇଥିଲା । ଉଷା ଏବଂ ଭେନ୍ସଙ୍କ ତିନି ସନ୍ତାନ ଅଛନ୍ତି । ଦୁଇ ପୁଅଙ୍କ ନାଁ ଇଭାନ ଏବଂ ବିବେକ ହୋଇଥିବା ବେଳେ ଝିଅଙ୍କ ନାଁ ମିରାବେଲ୍ । ଉଲ୍ଲେଖଯୋଗ୍ୟ ଯେ ଜେଡି ଭେନ୍ସ କ୍ୟାଥଲିକ ଏବଂ ଉଷା ଏବେ ବି ହିନ୍ଦୁ ଧର୍ମ ପାଳନ କରୁଛନ୍ତି । 

Leave A Reply

Your email address will not be published.

4 × 1 =