ୱାର୍ଲଡ ଟୁରିଜିମ ମାର୍କେଟ(ଡବ୍ଲଟିଏମ)ରେ ଝଲସିଲା ଓଡ଼ିଶା ପର୍ଯ୍ୟଟନ

ଭୁବନେଶ୍ୱର(ରାଜ୍ୟକାହାଣୀ)ବିଶ୍ୱ ଦରବାରରେ ଓଡ଼ିଶା ପର୍ଯ୍ୟଟନକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଲଣ୍ଡନ ଏକ୍ସେଲ ସେଣ୍ଟରରେ ଅନୁଷ୍ଠିତ ୱାର୍ଲï ଟୁରିଜିମ ମାର୍କେଟ(ଡବ୍ଲଟିଏମ)- ୨୦୨୪ରେ ଓଡ଼ିଶା ପାଭିଲିୟନକୁ ଉଦ୍‌ଘାଟନ କରିଛନ୍ତି ।  ୱାର୍ଲ୍ଡ ଟୁରିଜିମ ମାର୍କେଟ-୨୦୨୪ରେ ଓଡ଼ିଶା ପାଭିଲିୟନକୁ ଉଦ୍‌ଘାଟନ କରିବା ନିମନ୍ତେ ଏହି ଉତ୍ସବରେ ଶ୍ରୀମତୀ ପରିଡାଙ୍କୁ ସମ୍ମାନିତ କରାଯାଇଛି। ଏହା ସହ ଅନ୍ୟ ପ୍ରତିଷ୍ଠିତ ରାଜ୍ୟର ପର୍ଯ୍ୟଟନ ପାଭିଲିୟନକୁ ମଧ୍ୟ ପରିଦର୍ଶନ କରିଛନ୍ତି ଶ୍ରୀମତୀ ପରିଡ଼ା।ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଲଣ୍ଡନ ଗସ୍ତ କରିଥିବା ଉଚ୍ଚସ୍ତରୀୟ ପ୍ରତିନିଧିବୃନ୍ଦ ୟୁକେସ୍ଥିତ ପ୍ରମୁଖ ନିବେଶକ, ଅଂଶୀଦାର ଓ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି।

ଏଥିସହ ସିଗ୍ନେଚର ହସ୍ପିଟାଲିଟି ଗ୍ରୁପର ପ୍ରତିଷ୍ଠାତା ଓ ସିଇଓ ରମେଶ ଅରୋରାଙ୍କ ସହ ଓ ପିଆଇଓ ଚାମ୍ବର ଅଫ କମର୍ସ୍‌ ଆଣ୍ଡ ଇଣ୍ଡଷ୍ଟ୍ରୀ(ପିଆଇଓସିସିଆଇ)ର ସେକ୍ରେଟାରୀ ଓ ଇଣ୍ଟରନାସନାଲ କୋଡିନେଟର ତଥା ପିଆଇଓ ଟିଭିର ଚେୟାରମ୍ୟାନ, ମ୍ୟାନେଜିଂ ଡାଇରେକ୍ଟର ମନୀଷ ଗୁପ୍ତାଙ୍କ ସହ ମଧ୍ୟ ପ୍ରତିନିଧିବୃନ୍ଦ ଆଲୋଚନା କରିଛନ୍ତି। ଆଲୋଚନାରେ ବିଶେଷ କରି ପର୍ଯ୍ୟଟନ ବିଭାଗର ପୁନଃବିକାଶ ଓ ବିଭାଗ ଅଧିନସ୍ଥ ସମ୍ପତ୍ତି ପାଇଁ ପୁଞ୍ଜିନିବେଶ, ୟୁରୋପିୟାନ ବଜାରରେ ଓଡ଼ିଶା ପର୍ଯ୍ୟଟନର ଲୋକାଦୃତି ବୃଦ୍ଧି ଓ ଆତିଥ୍ୟ କ୍ଷେତ୍ରରେ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା।

Leave A Reply

Your email address will not be published.

6 − two =