ହାତୀଙ୍କ ସୁରକ୍ଷା ପାଇଁ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର

ଭୁବନେଶ୍ୱର(ରାଜ୍ୟକାହାଣୀ)ହାତୀଙ୍କ ସୁରକ୍ଷା ପାଇଁ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର । ରାଜ୍ୟରେ ଜଙ୍ଗଲ ତୁଳନାରେ ଅଧିକ ହାତୀ ଅଛନ୍ତି । ତେଣୁ ବନବିଭାଗ ଅଧିକ ଜଙ୍ଗଲ ସୃଷ୍ଟି କରିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ଅଧିକ ଜଙ୍ଗଲ ସୃଷ୍ଟି କରିବା ପାଇଁ ସାଧାରଣ ଲୋକଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କେଉଁ କାରଣରୁ ରାଜ୍ୟରେ ଏତେ ସଂଖ୍ୟକ ହାତୀ ମରୁଛନ୍ତି, ତାହାର ତଦନ୍ତ କରାଯାଉଛି। ଶିକାରୀ ଦ୍ୱାରା କି ବିଦ୍ୟୁତ୍ ଦ୍ୱାରା ମରିଛନ୍ତି ତାହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓଡ଼ିଶାରେ ହାତୀଙ୍କ ପାଇଁ ଜାଗା ଅଭାବ ଥିବା କହିଥିଲେ ବନ୍ୟପ୍ରାଣୀ ପିସିସିଏଫ୍ । ଯେତିକି ହାତୀ ରହି ପାରିବା କଥା ତାହାଠୁ ୪୦୦ ଅଧିକ ଅଛନ୍ତି । ସେଥିପାଇଁ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି ହାତୀ । ତେବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ଜଙ୍ଗଲ ତୁଳନାରେ ଅଧିକ ହାତୀ ରହିଛନ୍ତି। ତେଣୁ ବର୍ତ୍ତମାନ ବିଭାଗ ଚିନ୍ତା କରୁଛି ଅଧିକ ଜଙ୍ଗଲ ସୃଷ୍ଟି କରିବା ଲାଗି। ବର୍ତ୍ତମାନ ଜଙ୍ଗଲ କେତେ ପରିମାଣରେ ରହିଛି, ଆଉ କେତେ ଆବଶ୍ୟକ ରହିଛି, ଵର୍ତମାନର ପରିସ୍ଥିତି ହାତୀଙ୍କୁ ସୁହାଉଛି କି ନାହିଁ ଏବଂ ସେମାନଙ୍କ ଖାଇବା ପିଇବାରେ ଅସୁବିଧା ହେଉଛି କି ତାର ଅନୁଧ୍ୟାନ ବିଭାଗ କରୁଛି। ସମସ୍ତ ବିଶେଷଜ୍ଞଙ୍କ ସହ ଆଲୋଚନା କରି ଅଧିକ ପଦକ୍ଷେପ ନିଆଯିବ।

Leave A Reply

Your email address will not be published.

five + 14 =