ଭୁବନେଶ୍ୱର(ରାଜ୍ୟକାହାଣୀ)ବିଭିନ୍ନ ସ୍ଥାନରେ ମୋ ବସର ଦୁର୍ଘଟଣା ପରେ ପଦକ୍ଷେପ । ଏଥର ମୋ ବସ୍ ସ୍ପିଡ୍ ରେ ଲାଗିବ ଲଗାମ୍ । ଆଉ ଚଲାଇ ପାରିବେନି ମନ ଇଚ୍ଛା ଗାଡ଼ି। ସବୁ ଗାଡିରେ ସ୍ପିଡ ଗଭର୍ଣ୍ଣର ରହିବ । ଲାଇସେନ୍ସ ଥିବା ଅଭିଜ୍ଞ ଡ୍ରାଇଭରଙ୍କୁ ଗାଡି ଚାଳନା ଅନୁମତି । ମଦ ପିଇ ଗାଡି ଚଳାଉଛନ୍ତି ନା ନାହିଁ ଯାଞ୍ଚ ହେବ ।ସୂଚନା ଅନୁସାରେ, ସ୍ପିଡ୍ ଗଭର୍ଣ୍ଣର ଲଗାଯିବା ପରେ ଘଣ୍ଟାପ୍ରତି ୪୦ କିଲୋମିଟରରୁ ଅଧିକ ବେଗରେ ଗଲେ ବସରେ ସାଇରନ ବାଜିବ। ଏ ନେଇ ଅପରେଟରଙ୍କ ନିକଟକୁ ସୂଚନା ଯିବ। ଡ୍ରାଇଭର ବେପରୁଆ ଗାଡ଼ି ଚାଳନା କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହା ସହିତ ଡ୍ରାଇଭର ଗାଡ଼ିକୁ ଉଠିବା ପୂର୍ବରୁ ମଦ୍ୟପାନ କରିଛନ୍ତି କି ନାହିଁ ତାହା ପରୀକ୍ଷା କରାଯିବ। ସରକାରଙ୍କ ଏହି ନିୟମ ଅମାନିଆ ଡ୍ରାଇଭରଙ୍କୁ ସାବାଡ଼ କରିବ ବୋଲି କୁହାଯାଉଛି।