ଅଲିମ୍ପିକ୍ସ ୨୦୨୪ ପ୍ୟାରିସରେ ଖେଳାଯାଇଥିଲା । ଏହା ପରେ ୨୦୨୮ର ଅଲିମ୍ପିକ୍ସ ଯୁକ୍ତରାଷ୍ଟ୍ରର ଲସ ଆଞ୍ଜେଲସରେ ଖେଳାଯିବ । ଏହା ପରେ ୨୦୩୨ ଆୟୋଜନ ପାଇଁ ଦେଶ ଏବଂ ସହର ମଧ୍ୟ ଚୟନ କରାସରିଛି। କିନ୍ତୁ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଯେ ୨୦୩୬ରେ ଅଲିମ୍ପିକ କେଉଁଠାରେ ଅନୁଷ୍ଠିତ ହେବ। ଆସନ୍ତା ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ନିଜର ଦାବି ଉପସ୍ଥାପନ କରିଛି । ଅକ୍ଟୋବର ୧, ୨୦୨୪ରେ ଭାରତୀୟ ଅଲିମ୍ପିକ୍ ସଂଘ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ବା ଆଇଓସି ଆନୁଷ୍ଠାନିକ ଭାବେ ଉଦ୍ଦେଶ୍ୟପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ତେବେ ଏହି ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ଏକମାତ୍ର ଦାବିଦାର ନୁହେଁ, ତୁର୍କୀ, ଇଣ୍ଡୋନେସିଆ, ଚିଲି ପ୍ରଭୃତି ଦେଶ ଏଥିପାଇଁ ଦାବି ଉପସ୍ଥାପନ କରିଛନ୍ତି ।ଅକ୍ଟୋବର ୧, ୨୦୨୪ରେ ଭାରତୀୟ ଅଲିମ୍ପିକ୍ ସଂଘ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ବା ଆଇଓସିକୁ ଆନୁଷ୍ଠାନିକ ଭାବେ ଉଦ୍ଦେଶ୍ୟପତ୍ର ପ୍ରଦାନ କରିଥିବାରୁ ଭାରତର ଅଲିମ୍ପିକ୍ସ ଆୟୋଜନ ସମ୍ଭାବନା ବୃଦ୍ଧି ପାଇଛି । ଭାରତର ଅହମଦାବାଦରେ ଏହାର ଆୟୋଜନ ପାଇଁ ଲକ୍ଷ୍ୟ ରଖାଯାଇଛି ।