ଆହୁରି ୨ ଲକ୍ଷ ଲିଟର ଦୁଗ୍ଧ କ୍ରୟ ଓ ବିକ୍ରୟ କରିବ ଓମ୍‌ଫେଡ୍‌

ଭୁବନେଶ୍ୱର(ରାଜ୍ୟକାହାଣୀ) ଆସନ୍ତା ଦୁଇ ମାସ ମଧ୍ୟରେ ଆହୁରି ୨ ଲକ୍ଷ ଲିଟର ଦୁଗ୍ଧ କ୍ରୟ ଓ ବିକ୍ରୟ କରିବ ଓମ୍‌ଫେଡ୍‌। ଆଜି ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ହୋଇଛି ଏହି ନିଷ୍ପତ୍ତି। ଏବେ ଓମ୍‌ଫେଡ୍ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରି ବଜାରରେ ବିକ୍ରି କରୁଥିବା ବେଳେ ଆହୁରି ୨ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ କରି ବିକ୍ରି କରିବ।ଏଥିସହ ଗ୍ରାମାଞ୍ଚଳ ଗ୍ରାହକଙ୍କୁ ଓମ୍‌ଫେଡ ଗୁଣାତ୍ମକ, ସ୍ବାସ୍ଥ୍ୟକର ଓ ସ୍ୱାଦିଷ୍ଟ ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ପଦାର୍ଥ ଯଥା ଛେନାପୋଡ, ଖଟା ଓ ମିଠା ଦହି, ରାବିଡ, ପନିର, ଘିଅ, ଆଇସ୍‌କ୍ରିମ, ଘୋଳ ଦହି, ଲସି, ଓମ୍‌ଫେଡ ପାଉଡର ଆଦି ଯୋଗାଇବା ଉଦ୍ଦେଶ୍ୟରେ ପଞ୍ଚାୟତସ୍ତରରେ କ୍ଷୀର ଧାରା କେନ୍ଦ୍ର ଖୋଲିବାକୁ ନିଷ୍ପରି ହୋଇଛି। ବିଭିନ୍ନ ଜିଲାର ୨୦ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଏହି କ୍ଷୀର ଧାରା ଖୋଲାଯିବ। ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଅନ୍ୟ ପଞ୍ଚାୟତରେ ଏହି କେନ୍ଦ୍ର ଖୋଲାଯାଇ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରାଯିବ। ସଂଗୃହୀତ ଦୁଗ୍ଧ ପ୍ରକ୍ରିୟାକରଣ ପାଇଁ ନିକଟସ୍ଥ ପ୍ଲାଣ୍ଟକୁ ଯିବ। ଅପରପକ୍ଷେ ସେହିଠାରେ ଓମ୍‌ଫେଡର ସମସ୍ତ ପ୍ରକାର ଉତ୍ପାଦ ବିକ୍ରୟ କରାଯିବ।

Leave A Reply

Your email address will not be published.

seventeen − 17 =