ଅଢେଇଶ ଆଳୁ ଚୋରି ହୋଇଥିବା ଅଭିଯୋଗ ଆଣିଲେ ଜଣେ ବ୍ୟକ୍ତି 

ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରୁ ଘଟଣାଟି କିଛି ଏମିତି ଅଛି | ଦୀପାବଳି ପୂର୍ବରୁ ୟୁପି ପୁଲିସ୍ ପାଖକୁ ଏକ ଏମରଜେନ୍ସି କଲ୍ ଆସିଲା । ୧୧୨ ନମ୍ବରରେ ଡାଏଲ୍ କରି ବିଜୟ ବର୍ମା ନାମକ ଜଣେ ବ୍ୟକ୍ତି ତାଙ୍କର ଆଳୁ ଚୋରି ହୋଇଥିବା ଅଭିଯୋଗ ଆଣିଲେ । ଖବର ଶୁଣି ପୁଲିସ୍ ତୁରନ୍ତ ଉକ୍ତ ସ୍ଥାନକୁ ଗଲେ । ହେଲେ ପହଂଚିବା ପରେ ଯେଉଁ କଥାଟି ଶୁଣିଲେ ସେଥିରେ ଖାକିବାବୁଙ୍କ ଉଡ଼ିଗଲା ହୋସ୍ । ବ୍ୟକ୍ତିଜଣକ ରୋଷେଇ ପାଇଁ ଅଢେଇଶ ଆଳୁ କାଟି କିଛି ସମୟ ପାଇଁ ଛାଡ଼ି କୁଆଡେ ଚାଲିଯାଇଥିଲେ । ଆଉ ଆସିବା ପରେ ସେହି ଜାଗାରେ ଆଳୁ ନଥିବା ଦେଖି ତୁରନ୍ତ ପୁଲିସ୍ କୁ ଫୋନ୍ କଲ୍ କଲେ । ଚୋରି ହୋଇଥିବା ଅଢେଇଶ ଆଳୁକୁ ଖୋଜିବା ପାଇଁ ବ୍ୟକ୍ତିଜଣଙ୍କ ପୁଲିସକୁ କହିଲେ । ତେବେ ମଦ ପିଇଥିବା ବ୍ୟକ୍ତି କହିଛନ୍ତି ଯେ  ମୁଁ ତରକାରୀ କରିବି ମୋ ଅଢେଇଶ ଆଳୁ ଖୋଜିଆଣନ୍ତୁ । ବ୍ୟକ୍ତିଙ୍କର ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏଥିପାଇଁ କିଛି ୟୁଜର୍ସ ପୁଲିସଙ୍କ ଧର୍ଯ୍ୟକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ୟୁଜର୍ସ ପୁଲିସର ଜରୁରୀକାଳୀନ ସେବାର ଦୂରୁପଯୋଗକୁ ନେଇ ଆଲୋଚନା କରିଛନ୍ତି । 

Leave A Reply

Your email address will not be published.

five − three =