ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର(ରାଜ୍ୟକାହାଣୀ)  ଭିଜିଲାନ୍ସ ଜାଲରେ ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀ। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବିଲ୍ କରାଇ ଦେବାକୁ କହି ଜଣେ ଠିକାଦାରଙ୍କଠୁ ନେଉଥିଲେ ଲାଞ୍ଚ । ସୋମବାର ସକାଳେ ଯନ୍ତ୍ରୀ ଫିରିଙ୍ଗିଆ ସ୍ଥିତ ନିଜ ସରକାରୀ ବାସଭବନରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ଧରିଥିଲେ ଭିଜିଲାନ୍ସ।ଏକକାଳୀନ ୪ଟି ସ୍ଥାନରେ ବର୍ତ୍ତମାନ ଭିଜିଲାନ୍ସ ଟିମ ଚଢାଉ କରିଛନ୍ତି । ଫିରିଙ୍ଗିଆ ସ୍ଥିତ କାର୍ଯ୍ୟାଳୟ, ବାସଭବନ ସହ ବ୍ରହ୍ମପୁରର ପୌତୃକ ଘର ଏବଂ ଲୋଚ୍ଛାପଡ଼ା ସ୍ଥିତ ଶଶୁର ଘରେ ରେଡ ଜାରି ରଖିଛନ୍ତି ବ୍ରହ୍ମପୁର ଏବଂ ଫୁଲବାଣୀ ଭିଜିଲାନ୍ସ ଟିମ ।  ଫୁଲବାଣୀ ଭିଜିଲାନ୍ସ ଡିଏସପି ହେମନ୍ତ କୁମାର ମହାନ୍ତି ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

fourteen − 1 =