ମେଘନାଦ ପାଚେରୀ ଫାଟ :ଖୁବଶିଘ୍ର ମରାମତି ନେଇ ଆଇନମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ରାଜ୍ୟକାହାଣୀ)  ମେଘନାଦ ପାଚେରୀର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇ ପାଣି ଗଳିବା ପ୍ରସଙ୍ଗ। ଖବର ପ୍ରସାରଣ ପରେ ଆକ୍ସନ ମୁଡ୍‌କୁ ଆସିଛି ଏଏସଆଇ। ଘଟଣାକୁ ଗୁରୁତର ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସଆଇ । ଏବେ ଶିଉଳି ଛଡାଇ ଫାଟ ଯୋଡା କାମ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶିଉଳି ଛଡାଯାଇଛି । ମେଘନାଦ ପାଚେରୀର ପୂର୍ବ, ପଶ୍ଚିମ ଓ ଉତ୍ତର କୋଣରୁ ପାଣି ଝରୁଛି। ଶ୍ରୀମନ୍ଦିର ଭିତରର ବିଭିନ୍ନ ଜାଗାର ଦୁର୍ବଳ ଡ୍ରେନେଜ୍ ବ୍ୟବସ୍ଥା, ହାତଧୁଆ ପାଣି ଓ ଏବଂ ପାଣି ପାଇପ୍‌କୁ ଶୀଘ୍ର ମରାମତି କରିବାକୁ ଏଏସଆଇ ମନ୍ଦିର ପ୍ରଶାସନକୁ କହିଛି। ଏନେଇ ଆଇନ ମନ୍ତ୍ରୀ କହିଛନ୍ତି ଏଏସ୍ଆଇ ବୈଷୟିକ ଟିମ୍ ସ୍ଥିତି ଦେଖିଛନ୍ତି । ଖୁବ୍ ଶୀଘ୍ର ମରାମତି କରାଯିବ ।

Leave A Reply

Your email address will not be published.

nine − 4 =