ପ୍ରେମ ପାଇଁ ୩୨ ବର୍ଷର ପୁଅକୁ ଛାଡି ବ୍ରାଜିଲରୁ ଭାରତ ଆସିଲେ ମହିଳା

ଛତିଶଗଡରେ ବାସ କରୁଥିବା ଯୁବକଙ୍କ ପ୍ରେମରେ ଫସି ଯାଇଛନ୍ତି ବ୍ରାଜିଲରେ ରହୁଥିବା ମହିଳା ଜଣଙ୍କ । ମହିଳା ପ୍ରେମରେ ଏମିତି ପଡି ଯାଇଛନ୍ତି ଯେ ନିଜ ଘର ଓ ସଂସାର ପରିବାରକୁ ଛାଡି ଦେଇଛନ୍ତି । କଥା କେବଳ ଏତିକିରେ ସରିନି ନିଜ ପ୍ରେମକୁ ସଫଳ କରିବା ପାଇଁ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ସେ ନିଜ ଦେଶକୁ ଛାଡି ଦେଇଛନ୍ତି । ଏହି ପ୍ରେମ କାହାଣୀରେ ବହୁତ ରୋଚକ କଥା ରହିଛି ।ପୱନ ଗୋୟଲ ମୂଳତ ଭିଣ୍ଡର ବାସିନ୍ଦା । ତାଙ୍କର ଭାଷା ହିନ୍ଦୀ ଅଟେ । ରେଜି ପର୍ତ୍ତୁଗୀଜ୍ କୁହନ୍ତି । ଏପରି ପରିସ୍ଥିତିରେ ଉଭୟ ଗୁଗୁଲ୍ ଅନୁବାଦ ସାହାଯ୍ୟରେ ପରସ୍ପରର ଚିନ୍ତାଧାରା ବୁଝିଥିଲେ।କଥା ହେଉ ହେଉ ଉଭୟଙ୍କ ଭିତରେ ବନ୍ଧୁତା ଗଢି ଉଠିଥିଲା କିନ୍ତୁ ଏହି ଭାଷା କେତେବେଳେ ପ୍ରେମର ଭାଷା ପାଲଟି ଯାଇଥିଲା ତାହା ଜଣା ପଡି ନଥିଲା । ବ୍ରାଜିଲରେ ସ୍ବାମୀ  ଏବଂ ୩୨ ବର୍ଷର ପୁଅ ସହ ରହି ଆସୁଥିଲେ ରୋଜି । କିନ୍ତୁ ୩୦ ବର୍ଷର ଯୁବକ ପୱନଙ୍କୁ ପସନ୍ଦ ଆସି ଯାଇଥିଲା ରୋଜିଙ୍କୁ । ଧୀରେ ଧୀରେ ପୱନ ବ୍ରାଜିଲ୍ ଭାଷା ଶିଖିଲେ । ଏହା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ରେଜି ୮ ଅକ୍ଟୋବରରେ ନିଜେ ଭାରତ ଆସିଥିଲେ। ବର୍ତ୍ତମାନ ସେ ପୱନଙ୍କ ପରିବାର ସହିତ ରହୁଛନ୍ତି।

Leave A Reply

Your email address will not be published.

eight − five =