କୁକୁରଙ୍କୁ  ବିସ୍କୁଟ୍‌ ଖାଇବାକୁ ଦେଇ LETର ଟପ୍‌ କମାଣ୍ଡରକୁ ମାରିଲେ ସିଆର୍‌ପିଏଫ୍‌

 ଜମ୍ମୁ-କଶ୍ମୀରରେ ମିଳିଲା ସେନାକୁ ବଡ଼ ସଫଳତା। ସିଆର୍‌ପିଏଫ୍‌ ଏବଂ ଜମ୍ମୁ-କଶ୍ମୀର ପୁଲିସ ଶନିବାର ଶ୍ରୀନଗରସ୍ଥିତ ଖାନ୍‌ୟାର ଅଞ୍ଚଳରେ ଦିନ ତମାମ ଏକ ମିଳିତ ଅପରେଶନ୍‌ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି)ର ଟପ୍‌ କମାଣ୍ଡର ଉସ୍‌ମାନ୍‌ଙ୍କୁ ନିପାତ କରିଥିଲେ।ସେ ୨୦୦୦ ଦଶକ ପ୍ରାରମ୍ଭରୁ ଅନେକ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ଥିଲେ। ବୁଲା କୁକୁରମାନେ ଯବାନଙ୍କୁ ଦେଖି ଭୁକିପାରନ୍ତି ବୋଲି ଅନୁମାନ କରି ସେମାନଙ୍କୁ ଶାନ୍ତ କରିବା ପାଇଁ ବିସ୍କୁଟ୍‌ ଖାଇବାକୁ ଦିଆଯାଇଥିଲା। କୁକୁର ବିସ୍କୁଟ୍‌ ଖାଉଥିବାବେଳେ ଯବାନମାନେ ପ୍ରାୟ ୩୦ଟି ଘରକୁ ଘେରିଯାଇ ଅପରେଶନ୍‌ ଚଳାଇଥିଲେ ଏବଂ ଶେଷରେ ସଫଳ ହୋଇଥିଲେ।ଉସମାନ ଜଣେ କୁଖ୍ୟାତ ଆତଙ୍କବାଦୀ ଥିଲା। ୨୦୦୦ ମସିହାରୁ ଜମ୍ମୁ କଶ୍ମୀରରେ ସକ୍ରିୟ ଥିଲା। ସେ ଉପତ୍ୟକା ଅଞ୍ଚଳକୁ ଭଲଭାବେ ଜାଣିଥିଲା। ସେ ଘାଟିରେ ଘଟିଥିବା ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲା। ତେବେ ପାକିସ୍ତାନରେ କିଛି ସମୟ ବିତାଇବା ପରେ ୨୦୧୬-୧୭ ମସିହାରେ ପୁଣି ଜମ୍ମୁ-କଶ୍ମୀରରେ ସେ ଅନୁପ୍ରବେଶ କରିଥିଲା। ଗତ ବର୍ଷ ପୁଲିସ ସବ୍-ଇନ୍ସପେକ୍ଟର ମସରୁର ୱାନୀଙ୍କୁ ଗୁଳି କରି ହତ୍ୟା କରିବା ମାମଲାରେ ସେ ମଧ୍ୟ ସମ୍ପୃକ୍ତ ଥିଲା।

Leave A Reply

Your email address will not be published.

one × one =