ପାକସ୍ଥଳୀରୁ ବାହାରିଲା ବ୍ୟାଟେରି, ଚେନ୍‌, ବ୍ଲେଡ ସମେତ ୬୫ ଜିନିଷ

ଉତ୍ତରପ୍ରଦେଶ ହାଥ୍ରାସ୍‌ ଅଞ୍ଚଳର ଜଣେ ୧୪ ବର୍ଷୀୟ ବାଳକଙ୍କ ପେଟରେ ଅସ୍ତ୍ରୋପଚାର କରାଯାଇ ବ୍ୟାଟେରି, ଚେନ୍‌, ରେଜର ବ୍ଲେଡ ଫ୍ରାଗମେଣ୍ଟ, ସ୍କ୍ରୁ ସମେତ ୬୫ଟି ବସ୍ତୁ ମିଳିଛି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଦୀର୍ଘ ୫ ଘଣ୍ଟା ଧରି ଅସ୍ତ୍ରୋପଚାର ଚାଲିଥିଲା। ଏହାର କିଛି ଘଣ୍ଟା ପରେ ନାବାଳକଙ୍କ ମୃତ୍ୟୁ ଘଟିଛି।ହଥରସ ଅଞ୍ଚଳର ଆଦିତ୍ୟ ଶର୍ମା ନାମକ ଏହି ଯୁବକ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତା’କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ଯାହା ଦେଖିଲେ ତାହା ସେମାନଙ୍କ ବିଶ୍ଵାସ ବାହାରେ ଥିଲା। କାରଣ ପିଲାଟି ପାକସ୍ଥଳୀରେ ବ୍ୟାଟେରି, ଚେନ୍‌, ରେଜର ବ୍ଲେଡ, ସ୍କ୍ରୁ ଭଳି ୬୫ଟି ଜିନିଷ ରହିଥିଲା। ପୂର୍ବରୁ ସେ ଏସବୁ ଜିନିଷ ଗିଳି ଦେଇଥିଲା। ଡାକ୍ତର ଅପରେସନ କରି ସେସବୁ ଜିନିଷ ବାହାର କରିଥିଲେ। କିନ୍ତୁ ଅପରେସନ ପରେ ଅନ୍ତ୍ରନଳୀରେ ସଂକ୍ରମଣ ବୃଦ୍ଧି ପାଇଥିଲା। ଏହା ସହିତ ହୃତସ୍ପନ୍ଦନ ହାର ୨୮୦ ପ୍ରତି ମିନିଟ ହୋଇଯାଇଥିଲା। ଯାହାଫଳରେ ଆଦିତ୍ୟଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.

20 − 1 =