ଶିଶୁ ଅଧିକାର ଆୟୋଗକୁ ମଜବୁତ କରାଯିବ: ପ୍ରଭାତୀ ପରିଡା

ଭୁବନେଶ୍ୱର(ରାଜ୍ୟକାହାଣୀ) ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ରାଜ୍ୟ ସରକାର ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିଆର) ଏବଂ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧ ସମ୍ପର୍କରେ ରିପୋର୍ଟ କରିବା ସହ ସମସ୍ତ ହେଲ୍ପଲାଇନକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଓଏସସିପିଆର ର ମୂଳ ଦିବସ ପାଳନ ଅବସରରେ ସେ କହିଛନ୍ତି ଯେ ପିଲାମାନଙ୍କୁ ଶୋଷଣ, ନିର୍ଯାତନା ତଥା ଯୌନ ନିର୍ଯାତନା ମାମଲା ବିଷୟରେ ସରକାର ଅବଗତ ଅଛନ୍ତି ଏବଂ ଏହାକୁ ରୋକିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି।

ଶିଶୁ ବିବାହ, ଶିଶୁ ଶ୍ରମିକ ଏବଂ ଶିଶୁ ଚାଲାଣ ଭଳି ଆହ୍ୱାନର ମୁକାବିଲା ପାଇଁ ସରକାର ସାମାଜିକ କର୍ମୀ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ସହିତ ହାତ ମିଳାଇବା ଉଚିତ୍ ବୋଲି ଡେପୁଟି ସିଏମ୍ ମତ ଦେଇଛନ୍ତି। ଅନ୍ୟପକ୍ଷେ ସେ କହିଛନ୍ତି, ନଭେମ୍ବର ଶେଷ ‘ସୁଭଦ୍ରା’ ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ।ଖାରଜ ଆବେଦନର ରିଚେକ୍‌ ପାଇଁ ବିଡିଓଙ୍କୁ ନୋଡାଲ ଏଜେନ୍ସି ଭାବରେ ଦାୟିତ୍ୱ ଦିଆଯାଇଛି । ଜିଲାସ୍ତରରେ ଜିଲା ମଙ୍ଗଳ ଅଧିକାରୀଙ୍କୁ ନେଇ ୩ ଜଣିଆ କମିଟି ହୋଇଛି । ଖାରଜ ହିତାଧିକାରୀଙ୍କୁ ଅଙ୍ଗନବାଡି ଦିଦିଙ୍କ ଜରିଆରେ ନୋଟିସ୍‌ ହେବ । ଜମି ଆଧାରରେ ଖାରଜ ହୋଇଥିଲେ ତହସିଲଦାର, ଆରଆଇ ପୁନଃ ଯାଞ୍ଚ କରିବେ। ଖାରଜ ୨ଲକ୍ଷ ୬୭ ହଜାର ଆବେଦନ ମଧ୍ୟରୁ ଜମି ଆଧାରରେ, ବ୍ୟାଙ୍କ ଲିଙ୍କ୍‌ ପାଇଁ କଟିଥିଲେ ବ୍ୟାଙ୍କ ସହ ଯୋଗାଯୋଗ କରି ଜଣାଇବେ। ଅଙ୍ଗନବାଡି କର୍ମୀ, ଏମ୍‌ବିକେମାନଙ୍କୁ ଯାଞ୍ଚ କରି ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି । 

Leave A Reply

Your email address will not be published.

five × three =