ଚଳିତ ଶୀତ ଅଧିବେଶନରେ ପୁଣି ପୁରୁଣା ସଂସଦରେ ବସିବେ ଏମପି

ସଂସଦର ଶୀତ ଅଧିବେଶନ ଚଳିତ ମାସରେ ଆରମ୍ଭ ହୋଇପାରେ । ଏହି ଅଧିବେଶନ ନଭେମ୍ୱର ୨୫ରୁ ଡିସେମ୍ୱର ୨୦ ଯାଏ ଚାଲିପାରେ । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ନଭେମ୍ୱର ୨୫ରେ ଶୀତ ଅଧିବେଶନ ଆରମ୍ଭ ହୋଇପାରେ । ତେବେ ଖାସ୍ କଥା ଏହା ଯେ ଏହି ଅଧିବେଶନରେ ଗୋଟିଏ ଦିନ ଗୃହର ସାଂସଦ ସଂସଦର ପୁରୁଣା ବିଲ୍ଡିଂରେ ବସି ପାରନ୍ତି । ଏହି ସ୍ପେଶାଲ ଜଏଣ୍ଟ ସିଟିଂ ପାଇଁ ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ ହଲ ସ୍ଥିତି ସମ୍ବିିଧାନ ଭବନରେ ବ୍ୟବସ୍ଥା କରାଯାଇପାରେ । ଏହି ସ୍ଥାନରେ ୧୯୪୯ ନଭେମ୍ବର ୨୬ ତାରିଖରେ ସମ୍ବିଧାନକୁ ଗ୍ରହଣ କରାଯାଇଥିଲା । ଏଥିପାଇଁ ନଭେମୱର ୨୬କୁ ସାରା ଦେଶରେ ସମୱିଧାନ ଦିବସ ରୂପେ ପାଳନ କରାଯାଉଛି । ନଭେମୱର ୨୬କୁ ପୂର୍ବେ ରାଷ୍ଟ୍ରୀୟ ଆଇନ ଦିବସ ରୂପେ ପାଳନ କରାଯାଉଥିଲା, କିନ୍ତୁ ୨୦୧୫ରେ ମୋଦି ସରକାର ଏହି ଦିନକୁ ସମ୍ବିଧାନ ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ୧୯୫୦ ଜାନୁଆରୀ ୨୬ରେ ଭାରତୀୟ ସମ୍ବିଧାନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଇଥିଲା ।ତେବେ ଏଠି କୌତୁହଳର ବିଷୟ ଏହା ଯେ ଉଭୟ ଶାସକ ଏବଂ ବିରୋଧୀ ନିଜକୁ ସମ୍ୱିଧାନର ରକ୍ଷକ ବୋଲି କହୁଛନ୍ତି । ଏହାସହ ଜଣେ ଅନ୍ୟ ଜଣଙ୍କୁ ସମ୍ୱିଧାନର ଶତ୍ରୁ ଦର୍ଶାଇବା ପାଇଁ ଅନେକ ଟିପ୍ପଣୀ ମଧ୍ୟ କରନ୍ତି । 

Leave A Reply

Your email address will not be published.

10 − 6 =